Latest Odisha News

BREAKING NEWS

ହୋଟେଲରେ ହିଡ଼େନ କ୍ୟାମେରା ଥିଲେ ଖୋଜିବେ କିପରି ?

ଭ୍ୟାକେସନ ଟ୍ରିପ୍ ହେଉ କିମ୍ବା ଅଫିସ୍ କାର୍ଯ୍ୟ ପାଇଁ ବାହାରକୁ ଗଲେ ହୋଟେଲ ବୁକିଂ କରୁଥିବେ ନିଶ୍ଚିତ। ଲୋକମାନେ ପ୍ରାୟତଃ ଗେଷ୍ଟ ହାଉସରେ ମଧ୍ୟ ରହନ୍ତି। ଏଥିରେ ମହିଳା ହୁଅନ୍ତୁ କିମ୍ବା କୌଣସି ଦମ୍ପତି ସମସ୍ତଙ୍କର ବ୍ୟକ୍ତିଗତ ମାମଲା ଥାଏ। ଏଭଳି ପରିସ୍ଥିତିରେ ସବୁଠାରୁ ବଡ ବିପଦ ହେଉଛି ହିଡେନ କ୍ୟାମେରା। ଆଜିକାଲି କେଉଁ ହୋଟେଲରେ ହିଡେନ କ୍ୟାମେରା ଖଞ୍ଜାଯାଇଛି ଏବଂ କେଉଁଠି ଆଦୌ କ୍ୟାମେରା ନାହିଁ ତାହା ଜାଣିବା ମୁସକିଲ। କିନ୍ତୁ ଆମକୁ ସର୍ବଦା ଏଥିପ୍ରତି ଧ୍ୟାନ ରଖିବା ଉଚିତ୍। ତେଣୁ ଯେକୌଣସି ହୋଟଲେରେ ରହିବା ପୂର୍ବରୁ ହିଡେନ କ୍ୟାମେରା ଅଛି ନା ନାହିଁ ତାହା ଭଲଭାବେ ଯାଞ୍ଚ କରିନେବା ଉଚିତ୍।

ଯଦି କୌଣସି ରୁମରେ ଲୁକ୍କାୟିତ କ୍ୟାମେରା ଖୋଜିବାକୁ ଚାହୁଁଛନ୍ତି, ତେବେ ଆମେ କିଛି ବିଶେଷ କୌଶଳ କହିବୁ। ଏହି କୌଶଳ ଗ୍ରହଣ କରି ଆପଣ ସହଜରେ ହିଡେନ କ୍ୟାମେରା ଖୋଜି ପାରିବେ। ସର୍ବପ୍ରଥମେ, ଆପଣ ରୁମ୍ ଭିତରକୁ ଯିବା ମାତ୍ରେ ଏହାର ସମସ୍ତ ଲାଇଟ୍ ବନ୍ଦ କରନ୍ତୁ। ରୁମଟି ସଂପୂର୍ଣ୍ଣ ଅନ୍ଧାର ହେବା ପରେ ମୋବାଇଲ୍ ଫୋନର ଫ୍ଲାସ୍ ଲାଇଟ୍ ଅନ୍ କରନ୍ତୁ। ଏହା ପରେ ରୁମର ଚତୁଃପାର୍ଶ୍ୱରେ ପୁଙ୍ଖାନୁପୁଙ୍ଖ ଲାଇଟ୍ ମାରି ତଲାସ କରନ୍ତୁ। ଯଦି ହିଡେନ କ୍ୟାମେରା ଯେକୌଣସି ସ୍ଥାନରେ ଲୁଚି ରହିଥାଏ ତେବେ ଫ୍ଲାଲ ଲାଇଟ ଏହାର ଲେନ୍ସ ଉପରେ ପଡ଼ିବା ମାତ୍ରେ ହିଡେନ କ୍ୟାମେରା ତୁରନ୍ତ ପ୍ରତିଫଳିତ ହେବ। ଯାହା ଦ୍ୱାରା ଆପଣ ହିଡେନ କ୍ୟାମେରାକୁ ଖୋଜି ପାଇପାରିବେ।

କୋଠରୀରେ ଲୁକ୍କାୟିତ କ୍ୟାମେରା ପ୍ରାୟତଃ ବ୍ଲୁଟୁଥ୍ ସାହାଯ୍ୟରେ ପରିଚାଳିତ ହୋଇଥାଏ। ଏହା କରିବା ଦ୍ୱାରା ସେମାନେ ଅନ୍ୟ ସିଷ୍ଟମରେ ଯେକୌଣସି ସ୍ଥାନରେ ଆପଣଙ୍କର ବ୍ୟକ୍ତିଗତ ମୂହୁର୍ତ୍ତଗୁଡିକ ଦେଖିପାରିବେ କିମ୍ବା ରେକର୍ଡ କରିପାରିବେ। ଯଦି ଆପଣଙ୍କର ଏପରି ସନ୍ଦେହ ଅଛି, ତେବେ ଆପଣ ଆପଣଙ୍କର ସ୍ମାର୍ଟଫୋନର ବ୍ଲୁଟୁଥ୍ ଟର୍ନ୍ ଅନ୍ କରି ଆପଣଙ୍କ ଚାରିପାଖରେ କେଉଁ ପ୍ରକାରର ଉପକରଣ ସକ୍ରିୟ ଅଛି ତାହା ଯାଞ୍ଚ କରିପାରିବେ। ଏହା ଆପଣଙ୍କୁ କ୍ୟାମେରା ବିଷୟରେ ଏକ ସୂଚନା ଦେବ।

ଆଜିକାଲି ନୂଆ ଟେକ୍ନୋଲୋଜିର ହିଡେନ କ୍ୟାମେରା ଆସିଛି। ଏହି କ୍ୟାମେରାଗୁଡ଼ିକ ଯେକୌଣସି ରୁମରେ ରଖାଯାଇଥିବା ଘଣ୍ଟା, ଲ୍ୟାମ୍ପ, ବଲବ୍, ଆସେସୋରିଜ୍ କିମ୍ବା ସାଜସଜ୍ଜା ସାମଗ୍ରୀରେ ସହଜରେ ଫିଟ୍ ହୋଇପାରିବ। ତେଣୁ ଆପଣଙ୍କ ମୋବାଇଲର କ୍ୟାମେରାର ଫ୍ଲାସ୍ ଲାଇଟ୍ ଅନ୍ କରି ଅନ୍ଧାରରେ ସବୁକିଛି ଯାଞ୍ଚ କରନ୍ତୁ, ଯେଉଁଠାରେ ଆପଣଙ୍କୁ ସନ୍ଦେହ ହେଉଛି ସେଠାକୁ ଯାଇ ଖୋଜନ୍ତୁ। ଯଦି ଆପଣ କୌଣସି ସ୍ଥାନରେ ଛୋଟ ଧଳା ବିନ୍ଦୁ ଜଳିବା ଭଳି ଦେଖନ୍ତି, ତେବେ ବୁଝିନିଅନ୍ତୁ ଯେ ଏହା ଏକ ହିଡେନ କ୍ୟାମେରା।

ଆମର ଆଖି ସହଜରେ ଏହି ପ୍ରକାରର ଲୁକ୍କାୟିତ ବା ହିଡେନ କ୍ୟାମେରା ଚିହ୍ନଟ କରିପାରିବ ନାହିଁ। କିନ୍ତୁ ସ୍ମାର୍ଟଫୋନର କ୍ୟାମେରାରୁ ଇନଫ୍ରାରେଡ୍ ବ୍ଲାଷ୍ଟର୍ସ କିରଣ ବାହାରିଥାଏ। ଯାହା ସାହାଯ୍ୟରେ ଆମେ ଅନ୍ଧାର କୋଠରୀରେ ଲୁକ୍କାୟିତ କ୍ୟାମେରାକୁ ସହଜରେ ପାଇପାରିବା। ଏଥିସହ, ଆପଣ ଆପଣଙ୍କର ଗୋପନୀୟତାକୁ ବଜାୟ କରିପାରିବେ।

Leave A Reply

Your email address will not be published.