ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁରର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ଗୁରୁବାର ଭୋର୍ ୪ଟା ବେଳେ ମୃତ୍ୟୁ ହୋଇଛି। ବୁଧବାର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଆଦିକନ୍ଦଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ରମ୍ଭା ସହରସ୍ଥିତ ତାଙ୍କ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି।
ଅପରପକ୍ଷେ ଆଦିକନ୍ଦଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରିଛନ୍ତି ଯେ, ଆଦିକନ୍ଦ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ କଲ୍ୟାଣ ପାଇଁ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ବୋଲି ସେ ଟୁଇଟ୍ କରିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ ଜରିଆରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସେହିଭଳି ମନ୍ତ୍ରୀ ଜଗନ୍ନାଥ ସାରକା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଅମର ପଟ୍ଟନାୟକ, ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ବରିଷ୍ଠ ବିଜେଡ଼ି ନେତା ସଞ୍ଜୟ କୁମାର ଦାସବର୍ମା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଆଦିକନ୍ଦ ୨୦୦୯ ମସିହାରେ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସିପିଆଇ ତରଫରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୪ ମସିହାରେ ସେ ବିଜେଡ଼ିରେ ସାମିଲ ହୋଇଥିଲେ ।
BREAKING NEWS
- ଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ଗ୍ରାମ ସଂଯୋଜକ ଦୋଷୀ ସାବ୍ୟସ୍ତ
- ଆଇଆଇଆଇଟି-ଭୁବନେଶ୍ୱରରେ କ୍ରିପ୍ଟୋଗ୍ରାଫି ଓ ସୂଚନା ସୁରକ୍ଷା ସମ୍ପର୍କିତ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭ
- ସେନା ବାହିନୀରେ ଭାଙ୍ଗିଲା ୯୩ ବର୍ଷର ରେକର୍ଡ; ଟେରିଟୋରିଆଲ୍ ଆର୍ମିରେ ପ୍ରଥମ ମହିଳା ଲେଫ୍ଟନାଣ୍ଟ…
- ନୀତିନ ନବୀନଙ୍କୁ କାହିଁକି ଏତେ ବଡ଼ ଦାୟିତ୍ୱ ଦେଲା ବିଜେପି?
- ପୁରୀରେ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ; ୪୦ ଅଟକ
- ଧନୀଲୋକ ବାୟୁ ପ୍ରଦୂଷଣ ସୃଷ୍ଟି କରନ୍ତି, ଗରିବ ପ୍ରଭାବିତ ହୁଅନ୍ତି: ଦିଲ୍ଲୀ ବିଷାକ୍ତ ବାୟୁକୁ ନେଇ ସିଜେଆଇଙ୍କ ଟିପ୍ପଣୀ
- ପୁଣି ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
- Sonia Gandhi Apology Demand: ପିଏମଙ୍କୁ ନେଇ ସଂସଦରେ ହଟ୍ଟଗୋଳ, ମୋଦିଙ୍କୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ନାରାରେ କମ୍ପିଲା ଗୃହ
- ଚାକିରି ନାଁରେ ଠକେଇ; ବିହାରର ଜଣଙ୍କୁ ଗିରଫ କଲା ଇଓଡବ୍ଲୁ
- Dharmashala Incident: ଧର୍ମଶାଳା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ରାଜନୀତିକରଣ କରିବା ଆବଶ୍ୟକ ନାହିଁ, ପୋଲିସ କାର୍ଯ୍ୟାନୁଷ୍ଠାନ ନେବ
Comments are closed.