Latest Odisha News

BREAKING NEWS

ଦୁର୍ନୀତି ଅଭିଯୋଗରେ ଚୀନର ପୂର୍ବତନ ଆଇନ ମନ୍ତ୍ରୀଙ୍କୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ

ବେଜିଂ: ଚୀନରେ ବାମପନ୍ଥୀ ସରକାର ନିଜର ପୂର୍ବତନ ଆଇନମନ୍ତ୍ରୀଙ୍କୁ ଫାଶୀ ଦଣ୍ଡ ଦେବ । ଦୁର୍ନୀତି ପାଇଁ ଏହି ଦଣ୍ଡ ପାଇବେ ଚୀନର ପୂର୍ବତନ ଆଇନ ମନ୍ତ୍ରୀ ଫୁ ଝୋଂଗହୁଆ । ତେବେ ଆଇନ ମନ୍ତ୍ରୀଙ୍କ ପାଇଁ ସରକାର ମଧ୍ୟ କିଛି ନରମ ହୋଇନାହାଁନ୍ତି । ଦୁର୍ନୀତି ପାଇଁ କାହାକୁ ଛଡାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଚୀନର ଏକ ଅଦାଲତ ଦୁର୍ନୀତି ମାମଲାର ବିଚାର କରି ପୂର୍ବତନ ଆଇନମନ୍ତ୍ରୀଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇବା ସହ ଫାଶୀ ଦଣ୍ଡ ମଧ୍ୟ ଶୁଣାଇଛନ୍ତି । 67 ବର୍ଷୀୟ ଆଇନ ମନ୍ତ୍ରୀ ଫୁ ବ୍ୟକ୍ତିଗତ ଲାଭ ପାଇବା ଆଶାରେ ନିଜ କାର୍ଯ୍ୟକାଳ ସମୟରେ ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣ ମିଳିଛି । ଫୁ ପୂର୍ବରୁ ବେଜିଂ ନଗରପାଳିକା ବ୍ୟୁରୋ ପ୍ରମୁଖର ସୁରକ୍ଷା ଉପମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ଗତ ଜୁଲାଇ ମାସରେ ତାଙ୍କୁ ଲାଂଚନେବା ବେଳେ ଗିରଫ କରାଯାଇଥିଲା । ତଦନ୍ତ ବେଳେ ମଧ୍ୟ ସେ ଦୋଷୀ ପ୍ରମାଣିତ ହୋଇଥିଲେ । ଚୀନ ଗଣମାଧ୍ୟମ ଅନୁସାରେ ସେ 17.3 ମିଲିଅନ ଡଲାର ଲାଂଚ ନେଉଥିବା ବେଳେ ଧରାପଡିଥିଲେ ।

ଚାଇନା ଡେଲି ଅନୁସାରେ ଫୁ ଚୀନ ସରକାରରେ କ୍ଷମତାଶାଳୀ ପଦବୀରେ ଥିଲେ । ନ୍ୟାୟ ମନ୍ତ୍ରୀ ବ୍ୟତୀତ ଅନ୍ୟ ପଦପଦବୀରେ ଥିଲେ ଫୁ । ତାଙ୍କ ନାମରେ ପଦ ଦୂରୁପଯୋଗର ଅଭିଯୋଗ ଆସିଥିଲା । ନିଜେ ବ୍ୟକ୍ତିଗତ ଲାଭ ପାଇବା ପାଇଁ କୋଟି କୋଟି ଟଙ୍କାର ଦୁର୍ନୀତିରେ ସାମିଲ ଥିଲେ ଫୁ । ତେବେ ମାମଲା ଚାଲିଥିବା ବେଳେ ତାଙ୍କ ଉପରେ କରାଯାଇଥିବା ଅଭିଯୋଗକୁ ମାନିଥିଲେ ଫୁ । ନିଜ ଭୁଲ ପାଇଁ କୋର୍ଟରେ ପଶ୍ଚାତାପ ମଧ୍ୟ କରିଥିଲେ ।

 ନିଜ ଦୋଷ ମାନିଥିବାରୁ କୋର୍ଟ ପ୍ରଥମେ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇବା ସହ ଫାଶୀଦଣ୍ଡ ଶୁଣାଇଛନ୍ତି । ଚୀନ ନିୟମ ଅନୁସାରେ ଯଦି ତାଙ୍କ ବ୍ୟବହାର ପରିବର୍ତ୍ତନ ହୁଏ ତେବେ ଦୁଇବର୍ଷ ପରେ ତାଙ୍କୁ ଫାଶୀ ନହୋଇ ଆଜୀବନ ଜେଲ ଦଣ୍ଡ ମିଳିପାରେ । ଏହି ଦଣ୍ଡ କୋର୍ଟ ଉପରେ ନିର୍ଭର କରେ ।

Leave A Reply

Your email address will not be published.