Latest Odisha News

୩୦ ଜିଲ୍ଲା ପାଇଁ ଯୋଜନା କମିଟି ଅଧ୍ୟକ୍ଷ ନାଁ ଘୋଷଣା, ଜାଣନ୍ତୁ କିଏ କେଉଁଠୁ ?

ଭୁବନେଶ୍ୱର: ରାଜ୍ୟ ସରକାର ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛନ୍ତି । ମନ୍ତ୍ରୀ ଏବଂ ବିଧାୟକଙ୍କୁ ବିଭିନ୍ନ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ୧୯ ମନ୍ତ୍ରୀଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଛି ।

କୌଣସି ମନ୍ତ୍ରୀଙ୍କୁ ନିଜ ଜିଲ୍ଲାରେ ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇ ନଥିବା ବେଳେ ବିଧାୟକଙ୍କୁ ନିଜ ନିଜ ଜିଲ୍ଲାରେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ୩ ମହିଳା ଓ ୮ ଜଣ ଅନୁସୂଚିତ ଜାତି ଓ ଜନଜାତି ନେତାଙ୍କୁ ଦାୟିତ୍ୱ ମିଳିଛି ।

ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ରୋହିତ ପୂଜାରୀଙ୍କୁ ବଲାଙ୍ଗିର, ଅନନ୍ତ ଦାସଙ୍କୁ ବାଲେଶ୍ୱର, ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼, ବ୍ୟୋମକେଶ ରାୟଙ୍କୁ ଭଦ୍ରକ, ମହିଧର ରଣାଙ୍କୁ ବୌଦ୍ଧ, ପ୍ରମୋଦ କୁମାର ମଲ୍ଲିକଙ୍କୁ କଟକ, ରାଜେନ୍ଦ୍ର ଢୋଲକିଆଙ୍କୁ ଦେବଗଡ଼ ଦାୟିତ୍ୱ ଦିଆଯାଇଛି ।

District Planning Committees In Odisha Get New Chairpersons; Check The List Here

ସେହିଭଳି ବାସନ୍ତୀ ହେମ୍ବ୍ରମଙ୍କୁ ଢେଙ୍କାନାଳ, ଜଗନ୍ନାଥ ସାରକାଙ୍କୁ ଗଜପତି, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗଞ୍ଜାମ, ପ୍ରମିଲା ମଲ୍ଲିକଙ୍କୁ ଜଗତସିଂହପୁର, ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଝାରସୁଗୁଡ଼ା, ନବ ଦାସଙ୍କୁ କଳାହାଣ୍ଡି, ଶ୍ରୀକାନ୍ତ ସାହୁଙ୍କୁ କନ୍ଧମାଳ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା, ଜଗନ୍ନାଥ ନାଏକଙ୍କୁ କେନ୍ଦୁଝର ଦାୟତ୍ୱ ଦିଆଯାଇଛି ।

ଖୋର୍ଦ୍ଧା ଦାୟିତ୍ୱ ରାଜେନ୍ଦ୍ର ସାହୁଙ୍କୁ ଦିଆ ଯାଇଥିବା ବେଳେ ରଘୁରାମ ପାଡାଲଙ୍କୁ କୋରାପୁଟ, ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି, ଅଶ୍ୱିନୀ ପାତ୍ରଙ୍କୁ ମୟୂରଭଞ୍ଜ, ମନୋହର ରନ୍ଧାରୀଙ୍କୁ ନବରଙ୍ଗପୁର, ସତ୍ୟନାରାୟଣ ପ୍ରଧାନଙ୍କୁ ନୟାଗଡ଼, ଟୁକୁନି ସାହୁଙ୍କୁ ନୂଆପଡ଼ା, ନିରଞ୍ଜନ ପୂଜାରୀଙ୍କୁ ପୁରୀ, ଅତନୁ ସବ୍ୟସାଚୀ ନାୟକଙ୍କୁ ରାୟଗଡ଼ା, ପ୍ରତାପ ଦେବଙ୍କୁ ସମ୍ବଲପୁର, ପ୍ରଦୀପ ଅମାତଙ୍କୁ ସୁବର୍ଣ୍ଣପୁର ଓ ସାରଦା ପ୍ରସାଦ ନାୟକଙ୍କୁ ସୁନ୍ଦରଗଡ଼ ଦାୟିତ୍ୱ ଦିଆଯାଇଛି ।

Comments are closed.