Latest Odisha News

BREAKING NEWS

ଦେଶର ଶ୍ରେଷ୍ଠ ସ୍କୁଲ ମଧ୍ୟରେ ଓଡ଼ିଶାର ଉଭୟ ସରକାରୀ ଏବଂ ଘରୋଇ ସ୍କୁଲ

ଭୁବନେଶ୍ୱର: ଏଜୁକେସନ୍ ଓ୍ୱାର୍ଲ୍ଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ (ଇଡବ୍ଲୁଆଇଏସ୍ଆର୍) ୨୦୨୨-୨୩ର ବିଭିନ୍ନ ବର୍ଗରେ ରାଜ୍ୟର ୩ଟି ସ୍କୁଲ ଶ୍ରେଷ୍ଠ ୧୦ଟି ସ୍କୁଲ ମଧ୍ୟରେ ସ୍ଥାନ ପାଇଛନ୍ତି। ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଏହି ସ୍କୁଲ ବର୍ଗରେ ଜାତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡିଏମ୍ ପବ୍ଲିକ୍ ସ୍କୁଲ୍ ସମାନ ବର୍ଗରେ ଜାତୀୟସ୍ତରରେ ୧୧ତମ ସ୍ଥାନ ଏବଂ ଉଭୟ ଡିଏଭି ଚନ୍ଦ୍ରଶେଖରପୁର ଓ ବରଗଡ଼ ସ୍ଥିତ ବିକାଶ ରେସିଡେନସିଆଲ ସ୍କୁଲ ୧୫ ନମ୍ବର ସ୍ଥାନ ହାସଲ କରିଛି।

ସ୍କୁଲର ସୁନାମ, ଅଧ୍ୟାପକଙ୍କ ଦକ୍ଷତା, ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେବା, ପାଠପଢାର ଗୁଣବତ୍ତା, ପାଠ୍ୟକ୍ରମ ସମେତ ୧୪ଟି ଭିନ୍ନ ଭିନ୍ନ ମାନଦଣ୍ଡରେ ସ୍କୁଲ ଗୁଡିକୁ ଚିହ୍ନଟ କରି ଏହି ଫଳାଫଳ ଘୋଷଣା ହୋଇଛି।

ସେହିପରି ସରକାରୀ ଆବାସିକ ସ୍କୁଲ ବର୍ଗରେ ଗଞ୍ଜାମ ଜିଲ୍ଲା ହାତୀଓଟ ସ୍ଥିତ ରାଜ୍ୟ ସରକାରଙ୍କ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଜାତୀୟ ସ୍ତରରେ ପଞ୍ଚମ ସ୍ଥାନ ହାସଲ କରିଛି। ବଲାଙ୍ଗୀର ଜିଲ୍ଲା ପଥରଚେପା ସ୍ଥିତ ଆଦର୍ଶ ବିଦ୍ୟାଳୟ ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନରେ ରହିଛି।

ସେହିପରି ଉଭୟ ପୁଅ ଏବଂ ଝିଅ ପାଠ ପଢୁଥିବା ସ୍କୁଲ୍ ବର୍ଗରେ ଜାତୀୟ ସ୍ତରରେ ୧୦୬ ରାଙ୍କ ହାସଲ କରିଥିବା ଡିପିଏସ୍ କଳିଙ୍ଗ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିପରି ଭୁବନେଶ୍ବର ସ୍ଥିତ ୟୁନିଟ୍-୮ ଡିଏଭି ପବ୍ଲିକ୍ ସ୍କୁଲ୍ ଓ ପୋଖରୀପୁଟ୍ ଡିଏଭି ପବ୍ଲିକ୍ ସ୍କୁଲ୍ ସର୍ବଭାରତୀୟ ସ୍ତରରେ ଯଥାକ୍ରମେ ୧୧୧ ଓ ୧୬୭ ନମ୍ବର ରଖି ରାଜ୍ୟରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.