Latest Odisha News

BREAKING NEWS

ଆସନ୍ତାକାଲି ରାଜୁଙ୍କ ପାଇଁ ମୁମ୍ବାଇରେ ହେବ ପ୍ରାର୍ଥନା ସଭା

ମୁମ୍ୱାଇ : ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ଆସନ୍ତାକାଲି ମୁମ୍ବାଇରେ ହେବ ପ୍ରାର୍ଥନା ସଭା । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ବଲିଉଡର ଅଧିକାଂଶ କଳାକାର ଆସନ୍ତାକାଲି ଜୁହୁ ଇସ୍କନ ମନ୍ଦିର ଆସି ପ୍ରାର୍ଥନା ସଭାରେ ଯୋଗ ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁମ୍ବାଇର କିଛି କଳାକାରଙ୍କ ସହ  ରାଜୁଙ୍କ ପରିବାର ଲୋକ ଏହି ପ୍ରାର୍ଥନା ସଭା ଆୟୋଜନରେ ଲାଗିପଡିଛନ୍ତି । ରାଜୁଙ୍କ ପରଲୋକରେ ବଲିଉଡୁର ଅନେକ କଳାକାର ଗଭୀର ଶୋକ ପ୍ରକାଶ କରିଥିଲେ । ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ରାଜୁଙ୍କ ପତ୍ନୀ, ଝିଅ, ପୁଅ ଏବେ ମୁମ୍ବାଇରେ ରାଜୁଙ୍କ ପ୍ରାର୍ଥନା ସଭା ସମସ୍ତ ବୁଝାବୁଝି କରୁଛନ୍ତି ।

ସୂଚନାଯୋଗ୍ୟ ୨୧ ସେପ୍ଟେମ୍ୱରରେ କମେଡିଆନ ରାଜୁଙ୍କର ମୃତ୍ୟୁ ହୋଇଥିଲା ।   ୧୦ ଅଗଷ୍ଟରୁ ରାଜୁ  ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋମାରେ ଥିବାରୁ ତାଙ୍କୁ ଦିଲ୍ଲୀ ଏମ୍ସର  ଭେଣ୍ଟିଲେଟରରେ ରଖାଯାଇଥିଲା । କିଛି ସମୟ ପାଇଁ ତାଙ୍କର ଚେତା ଆସିଥିଲେ ମଧ୍ୟ ସେ ସୁସ୍ଥ ହୋଇପାରିନଥିଲେ । ରାଜୁଙ୍କର ନିଧନରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ବି ଗଭୀର ଶୋକ ପ୍ରକାଶ କରିଥିଲେ । ତାଙ୍କ ପ୍ରଶଂସକ ଓ ବନ୍ଧୁ ଅଧିକ ଦୁଃଖ ଅନୁଭବ କରିଥିଲେ ।  ରାଜୁଙ୍କ ନିଧନର ପରଦିନ କମେଡିଆନଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

Leave A Reply

Your email address will not be published.