Latest Odisha News

BREAKING NEWS

ଘାଟୀରେ ୨ ବିହାରୀ ଶ୍ରମିକଙ୍କ ଉପରେ ଗୁଳି ଚାଳନା କଲେ ଆତଙ୍କବାଦୀ

ପୁଲୱାମା: କଶ୍ମୀରରେ ଶନିବାର ପୁନର୍ବାର ଆତଙ୍କବାଦୀମାନେ ୨ ନିରୀହ ବିହାରୀ ଶ୍ରମିକଙ୍କ ଉପରେ ଗୁଳି ଚାଳନା କରିଛନ୍ତି । କିଛି ଦିନ ହେବ ଟାର୍ଗେଟ କିଲିଂ ଥମି ଯାଇଥିବା ବେଳେ ଆଜିର ଘଟଣା ପୁଣି ସୁରକ୍ଷାକର୍ମୀଙ୍କୁ ଚିନ୍ତାରେ ପକାଇଛି । ଗୁଳିମାଡ ହେବା ପରେ ୨ ଶ୍ରମିକ ଶମଶାଦ ଅହମ୍ମଦ ଓ ଫୈଜାନ କାଦରୀଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ସେମାନେ ବିପଦମୁକ୍ତ ବୋଲି ଘୋଷଣା କରାଯାଇଛି । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଂଚଳକୁ ଘେରାଉ କରି ତନାଘନା ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ଆତଙ୍କବାଦୀମାନେ ଅଗଷ୍ଟ ୧୧ରେ ବାନ୍ଦିପାରାରେ ଜଣେ ଶ୍ରମିକଙ୍କ ଉପରେ ଗୁଳି ଚାଳନା କରିଥିଲେ ।

ବିହାରର ମହମ୍ମଦ ଅମରେଜ ନାମକ ଏହି ବ୍ୟକ୍ତିଜଣଙ୍କ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । କଶ୍ମୀର ବାହାରୁ ଏଠାକୁ ଆସୁଥିବା ବ୍ୟକ୍ତିମାନଙ୍କ ମନରେ ଭୟ ସଂଚାର କରିବା ପାଇଁ ଆତଙ୍କବାଦୀମାନେ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରୁଛନ୍ତି ।

Leave A Reply

Your email address will not be published.