ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ବ୍ଳକର ଢୁଙ୍କାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣିଆପଲ୍ଲୀ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଡ଼ିଶା ପୋଲିସର ଜରୁରୀକାଳୀନ ସହାୟତା ନମ୍ବର ୧୧୨କୁ ଫୋନ କରି ନିଜର ଦୁଃଖ ଜଣାଇବା ପରେ ଦେହରେ ନିଆଁ ଲଗାଇ ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି।
ମିଳିଥିବା ସୂଚନା ଅନୁଯାୟୀ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସୀତାରାମ ପାଢ଼ିଙ୍କ ସ୍ତ୍ରୀ ହରପ୍ରିୟା ପାଢି ଜରୁରୀକାଳୀନ ସହାୟତା ନମ୍ବର ୧୧୨କୁ ଫୋନ କରିଥିଲେ । ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଫୋନ୍ରେ କହିଥିଲେ । ଫୋନ ପାଇବା ପରେ ପୋଲିସ ବିଭାଗ ତରଫରୁ ତ୍ବରିତ ପଦକ୍ଷେପ ନିଆଯାଇଥିଲା । ଏନେଇ ପୋଲସରା ଥାନାକୁ ଅବଗତ କରାଯିବା ସହ ତୁରନ୍ତ ହରପ୍ରିୟାଙ୍କୁ ରକ୍ଷା କରିବା ପାଇଁ କୁହାଯାଇଥିଲା। ପୋଲସରା ପୋଲିସର ଏକ ଟିମ୍ ସଙ୍ଗେସଙ୍ଗେ ହରପ୍ରିୟାଙ୍କ ଘରେ ପହଞ୍ଚିଥିଲା। ହରପ୍ରିୟା ପୂର୍ବରୁ ଦେହରେ କିରୋସିନି ଢାଳି ପ୍ରସ୍ତୁତ ହୋଇଥିଲେ। ପୋଲିସ ପହଞ୍ଚିବା କ୍ଷଣି ଦେହରେ ନିଆଁ ଲଗାଇ ଦେଇଥିଲେ। ହାବିଲଦାର ଧନୁର୍ଜୟ ପାତ୍ର ଓ ହରପ୍ରିୟାଙ୍କ ସ୍ବାମୀ ସିତାରାମ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲେ । ପ୍ରଥମେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲଇଛି। ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ ଘଟଣାର ତଦନ୍ତ ଚାଲିଥିବା ପୋଲିସ ପ୍ରକାଶ କରିଛି। ତାହା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛି।
BREAKING NEWS
- ୟୁସିଏଫର ଜାତୀୟ ଆପେକ୍ସ କମିଟି ବୈଠକ; ଓଡ଼ିଶା ପକ୍ଷରୁ ୫,୦୦୦ କୋଟିର ରୋଡମ୍ୟାପ୍ ଉପସ୍ଥାପନ
- NEET-UG ପେପର୍ ଲିକ୍ ମାମଲାରେ ଛାତ୍ର ଗିରଫ, ୧୦ ଲକ୍ଷ ଟଙ୍କା ଦେଇଥିଲା: ସୂତ୍ର
- ହନ୍ତାଭାଇରସ୍ ନୂଆ ନୁହେଁ; ଏହି ଦେଶରେ ପୂର୍ବରୁ ସାମ୍ନାକୁ ଆସିଛି ଅନେକ ମାମଲା, କେତେ ବିପଦପୂର୍ଣ୍ଣ ଜାଣନ୍ତୁ..
- ହମଜା ପରେ ଭଗବାନ ଶିବଙ୍କ ଭୂମିକା କରିବେ ରଣବୀର
- ଭାରତର ‘ରକେଟ୍ ମହିଳା’ ନନ୍ଦିନୀ ହରିନାଥ କିଏ, ଯାହାଙ୍କ ଶାଢ଼ୀ ସ୍ମିଥସୋନିୟନ୍ ସଂଗ୍ରହାଳୟରେ ପ୍ରଦର୍ଶିତ ହୋଇଛି?
- ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ, ଜାଣନ୍ତୁ କେଉଁ ସବୁ ଦେଶକୁ ଯିବେ..
- ସିବିଆଇ ହାତରେ ନିଟ୍ ପେପର୍ ଲିକ୍! ୭ରୁ ୧୦ ଦିନ ଭିତରେ ହେବ ପୁନଃ ପରୀକ୍ଷା
- NEET UG 2026 ପରୀକ୍ଷା ବାତିଲକୁ ନେଇ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା
- ଚର୍ଚ୍ଚାରେ ଜିମ୍ବାୱେର ଏକ ଘରୋଇ କ୍ରିକେଟ ମ୍ୟାଚ: ୮୨୨ ରନ, ତ୍ରିଶତକ, ଅତିରିକ୍ତରେ ୧୦୦ ରନ
- NEET-UG ୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗ; ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡ଼ାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ବର୍ଷିଲା କଂଗ୍ରେସ
Comments are closed.