Latest Odisha News

BREAKING NEWS

ରାଜ୍ୟ ସରକାର ଦୁର୍ଯ୍ୟୋଧନ ମାନସିକତାରେ ଥିବାସହ , ଧୃତରାଷ୍ଟ୍ରଙ୍କ ରୋଗରେ ପୀଡ଼ିତ ଅଛନ୍ତି

ଭୁବନେଶ୍ୱର : ଜନତା ମଇଦାନରେ ବିଜେପି କରିଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେଇ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ସେ ଉଦବୋଧନ ଦେଇଛନ୍ତି  । ଜେପି ନଡ୍ଡାଙ୍କ ଉଦବୋଧନ ପୂର୍ବରୁ  କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ ଦେଇଥିଲେ  ।

ଜଗନ୍ନାଥ ଭୂମିରେ ଜେପି ନଡ୍ଡାଙ୍କୁ ସ୍ୱାଗତ କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସେ କହିଛନ୍ତି ଯେ ଆଜି ଆମେ ପରୀକ୍ଷା ଦେଉଛୁ , ୨୦୨୪ରେ ଫଳ ବାହାରିବ ।  ଏହା ବ୍ରହ୍ମା, ବିଷ୍ଣୁ, ମହେଶ୍ଵରଙ୍କ ସମ୍ମିଳନୀ ହେଉଛି । ଯେଉଁମାନେ ଶୋଇ ରହିଛନ୍ତି, ସେମାନଙ୍କୁ ଜାଗ୍ରତ କରିବା ଆମର ଲକ୍ଷ୍ୟ । ପୂର୍ବୋତ୍ତର ବିକାଶର ପରିକଳ୍ପନା ଓଡ଼ିଶା ମାଟିରୁ ଆରମ୍ଭ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

ବିନା ମୂଲ୍ୟରେ ପୁଞ୍ଜିପତିଙ୍କୁ ଖଣିଜ ସମ୍ପଦ ଟେକି ଦିଆଯାଉଥିଲା  । ମୋଦି ସରକାରଙ୍କ ସଂସ୍କାର ନୀତିରେ ପାଇଁ ଆଜି  ରାଜସ୍ଵ ବଢ଼ିଛି । ଉଜ୍ଜ୍ବଳା ଯୋଜନାଠାରୁ ଆରମ୍ଭ କରି ଅନେକ କଲ୍ୟାଣକାରୀ ଯୋଜନା କରାଯାଇଛି । କୋଭିଡ୍ ସମୟରେ ମାଗଣା ଟିକା ଦେବାନେଇ ବିଶ୍ଵସ୍ତରରେ ମୋଦି ସରକାର ପ୍ରଶଂସିତ ହୋଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନରେ ମୁଖ୍ୟତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ  । ଆବାସ ଯୋଜନାରେ ଓଡ଼ିଶାର ପ୍ରକୃତ ହିତାଧିକାରୀ ଘର ଦିଆନଯାଇ ଦଳୀୟ ଭିତ୍ତିରେ ଘର ଦିଆଯାଉଛି । । ଓଡ଼ିଶାରେ ଆବାସ ଘୋଟାଲା ନେଇ ରାଜ୍ୟ ସରକାରଙ୍କ ଉପରେ  ବର୍ଷିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ଯୁବକ ଦାଦନ ଖଟିବାକୁ  ଯାଉଛନ୍ତି ହେଲେ ରାଜ୍ୟ ସରକାର ନିଜ ପାଇଁ ଭାବୁଛନ୍ତି ପ୍ରୟୋଜିତ ପୁରସ୍କର ଆଣି ପ୍ରଚାର କରୁଛନ୍ତି  ।  ରାଜ୍ୟରେ ଏତେ ଖଣିଜ ସମ୍ପଦ ଥିଲାବେଳେ ଓଡିଶା ଆଜି ଗରିବ କଣପାଇଁ ବୋଲି ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଛନ୍ତି । ତାସହ ରାଜ୍ୟ ସରକାରଙ୍କୁ ଦୁର୍ଯ୍ୟଧନ ମାନସିକତାରେ ଥିବା ,ଧୃତରାଷ୍ଟ୍ର ରୋଗରେ ପୀଡ଼ିତ ହୋଇଥିବା ସହ  କୁମ୍ଭକର୍ଣ୍ଣ ନିଦରୁ ଉଠାଇବା ପାଇଁ ସିଧାସଳଖ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ  ।

Leave A Reply

Your email address will not be published.