ବ୍ରହ୍ମପୁର: ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଗ ଅନ୍ତର୍ଗତ ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁଚରଣ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି। ଜିଲାର ୯ଟି ସ୍ଥାନରେ ଚଢଉ ପରେ ତାଙ୍କ ପାଖରୁ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ମିଳିଛି। ପ୍ରାୟ ୨୦ ବର୍ଷ ହେଲା ଗୋଟିଏ ସ୍ଥାନରେ ଚାକିରି କରୁଥିବା ସାହୁଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା। ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ୱାରେଣ୍ଟ ବଳରେ ଭିଜିଲାନ୍ସର ପକ୍ଷରୁ ଚଢ଼ଉ ହୋଇଥିଲା । ବୁଗୁଡା ସ୍ଥିତ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ବିଜୟ ବିହାର ଦ୍ବିତୀୟ ଲେନ୍ରେ ଥିବା ୩ ମହଲା କୋଠା, ନିଳାଦ୍ରୀବିହାର ପ୍ରଥମ ଲେନରେ ଥିବା ଦୁଇ ମହଲା କୋଠା, ଗୋବିନ୍ଦ ବିହାର ନବମ ଲେନ ସ୍ଥିତ ସହଯୋଗୀଙ୍କ ବାସଭବନ, ଶକ୍ତିନଗର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ବାସଭବନ, ବୁଗୁଡା ନୂଆସାହି ସ୍ଥିତ ନିଜ ବାସଭବନ, ବାଲିପିଣ୍ଡି ସାହି ସ୍ଥିତ ଘରର ଚାକରଙ୍କ ବାସଭବନ ଭଳି ୯ଟି ସ୍ଥାନରେ ଚଢଉ ହୋଇଛି। ତାଙ୍କ ନିକଟରୁ ନଗଦ ୧ ଲକ୍ଷ ୩୮ ହଜାର ଟଙ୍କା ସହିତ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୮୫ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ଜୀବନବୀମା ଜମା, ୮ ଲକ୍ଷ ୩୫ ହଜାର ଟଙ୍କାର ସୁନା ଓ ରୂପା ଅଳଙ୍କାର, ୧୧ ଲକ୍ଷ ୪୮ ହଜାର ଟଙ୍କାର ଆସବାବପତ୍ର, ୧୦ ଲକ୍ଷ ଟଙ୍କାର ଏକ କାର, ୩ଟି ମୋଟରସାଇକଲ ମିଳିଛି। ସେହିଭଳି ବିଜୟବିହାର ସ୍ଥିତ ବାସଭବନର ମୂଲ୍ୟ ୧ କୋଟି ୩୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନିଳାଦ୍ରୀବିହାର ଓ ବ୍ରହ୍ମପୁରରେ ଥିବା ୨ ଟି ପ୍ଳଟ୍ର ମୂଲ୍ୟାୟନ ଚାଲିଥିବା ସୂଚନା ମିଳିଛି। ଏହି ଚଢଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପିଙ୍କ ସମେତ ୪ ଜଣ ଡିଏସପି, ୯ ଇନ୍ସପେକ୍ଟର ସାମିଲ ହୋଇଥିଲେ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.