ବ୍ରହ୍ମପୁର:ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଚମାଖଣ୍ଡି ଗ୍ରାମର ତ୍ରିଲୋଚନ ରେଡ଼ି(୩୨)। ମିଳିଥିବା ସୂଚନା ଅନୁଯାୟୀ, ତ୍ରିଲୋଚନା ପୂର୍ବରୁ ଅନେକ ଗଣ୍ଡଗୋଳ ମାମଲାରେ ସଂପୃକ୍ତ ଥିଲେ । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରୁଜୁ ହୋଇଛି। ଗତ କିଛି ଦିନ ପୂର୍ବେ ସେ ତାଙ୍କ ବାପା ରାଜାରାଓ ରେଡ଼ିଙ୍କୁ ମାଡ଼ ମାରିଥିଲେ । ଏନେଇ ବାପା ରାଜାରାଓ ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତ୍ରିଲୋଚନାଙ୍କୁ ଗତ ୨୯ ତାରିଖରେ ଥାନାକୁ ଡାକି ପଚରାଉଚରା କରିଥିଲା। ଆପୋଷ ସମାଧାନ ପାଇଁ ମଧ୍ୟ ପୋଲିସ ଉଦ୍ୟମ କରିଥିଲା। ତଥାପି ତ୍ରିଲୋଚନଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା। ଏଣୁ ମାମଲା ପ୍ରତ୍ୟାହାର କରିବାକୁ ବାପା ରାଜାରାଓ ରାଜି ହୋଇନଥିଲେ। ତ୍ରିଲୋଚନଙ୍କୁ ପୋଲିସ ଥାନା ହାଜତରେ ରଖିଥିଲା। ଶନିବାର ସକାଳେ ଶୌଚ ପାଇଁ ଯାଇଥିବା ବେଳେ ଥାନା ପରିସରରେ ହିଁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ପଠାଇଛି। ଅନ୍ୟପଟେ ଗାଁ ଲୋକମାନେ ଥାନା ସମ୍ମୁଖରେ ରୁଣ୍ଢ ହୋଇଯାଇଥିଲେ । ଖବର ଲେଖା ହେବା ସୁଦ୍ଧା ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସୂଚନା ମିଳିଛି। ତେବେ ଏହି ଘଟଣା ନେଇ ତ୍ରିଲୋଚନଙ୍କ ପରିବାର ବର୍ଗ କିମ୍ବା ଗ୍ରାମବାସୀ କେହି ମୁହଁ ଖୋଲୁନାହାନ୍ତି। ସେହିଭଳି ପୋଲିସ ତରଫରୁ ମଧ୍ୟ ତ୍ରିଲୋଚନଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
BREAKING NEWS
- BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି
- ଆମ ବସ୍ ଭଙ୍ଗାରୁଜା ଘଟଣା; ଦୁଇ ଅଭିଯୁକ୍ତ ଗିରଫ
- Tragic landslide in Indonesia: ଭୟଙ୍କର ଭୂସ୍ଖଳନ: ୨୧ ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ନିଖୋଜ
- ଏକ ଆବାସିକ କୋଠାରେ ଗୁଳି ଚଳାଇବା ଅଭିଯୋଗରେ ଅଭିନେତା କମଲ ଆର ଖାନ ଗିରଫ
- ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ
- ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
- ବିଜେପି ସମର୍ଥିତ ସରପଞ୍ଚ ସମିତି ସଭ୍ୟଙ୍କୁ ମନମୋହନ ଦେଲେ ଟାସ୍କ, ୬ ମାସ ଭିତରେ ଅଧୁରା କାମ ସାର…
- Keonjhar bank robbery case: କେନ୍ଦୁଝର ବ୍ୟାଙ୍କ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ
- Mahanadi Tribunal: ଫେବୃଆରୀ ୭କୁ ଓଡ଼ିଶା ଶୁଣାଣି ଘୁଞ୍ଚାଇବାକୁ ମନାକଲେ ମହାନଦୀ ଟ୍ରିବ୍ୟୁନାଲ
- India’s Own Space Station: ମହାକାଶରେ ଭାରତର ନିଜ ଘର!, କାମ ଆରମ୍ଭ କଲା ISRO…
Comments are closed.