ବ୍ରହ୍ମପୁର:ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଭିତରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ଚମାଖଣ୍ଡି ଗ୍ରାମର ତ୍ରିଲୋଚନ ରେଡ଼ି(୩୨)। ମିଳିଥିବା ସୂଚନା ଅନୁଯାୟୀ, ତ୍ରିଲୋଚନା ପୂର୍ବରୁ ଅନେକ ଗଣ୍ଡଗୋଳ ମାମଲାରେ ସଂପୃକ୍ତ ଥିଲେ । ତାଙ୍କ ନାଁରେ ପୂର୍ବରୁ ମଧ୍ୟ ମାମଲା ରୁଜୁ ହୋଇଛି। ଗତ କିଛି ଦିନ ପୂର୍ବେ ସେ ତାଙ୍କ ବାପା ରାଜାରାଓ ରେଡ଼ିଙ୍କୁ ମାଡ଼ ମାରିଥିଲେ । ଏନେଇ ବାପା ରାଜାରାଓ ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତ୍ରିଲୋଚନାଙ୍କୁ ଗତ ୨୯ ତାରିଖରେ ଥାନାକୁ ଡାକି ପଚରାଉଚରା କରିଥିଲା। ଆପୋଷ ସମାଧାନ ପାଇଁ ମଧ୍ୟ ପୋଲିସ ଉଦ୍ୟମ କରିଥିଲା। ତଥାପି ତ୍ରିଲୋଚନଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା। ଏଣୁ ମାମଲା ପ୍ରତ୍ୟାହାର କରିବାକୁ ବାପା ରାଜାରାଓ ରାଜି ହୋଇନଥିଲେ। ତ୍ରିଲୋଚନଙ୍କୁ ପୋଲିସ ଥାନା ହାଜତରେ ରଖିଥିଲା। ଶନିବାର ସକାଳେ ଶୌଚ ପାଇଁ ଯାଇଥିବା ବେଳେ ଥାନା ପରିସରରେ ହିଁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ପଠାଇଛି। ଅନ୍ୟପଟେ ଗାଁ ଲୋକମାନେ ଥାନା ସମ୍ମୁଖରେ ରୁଣ୍ଢ ହୋଇଯାଇଥିଲେ । ଖବର ଲେଖା ହେବା ସୁଦ୍ଧା ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ସୂଚନା ମିଳିଛି। ତେବେ ଏହି ଘଟଣା ନେଇ ତ୍ରିଲୋଚନଙ୍କ ପରିବାର ବର୍ଗ କିମ୍ବା ଗ୍ରାମବାସୀ କେହି ମୁହଁ ଖୋଲୁନାହାନ୍ତି। ସେହିଭଳି ପୋଲିସ ତରଫରୁ ମଧ୍ୟ ତ୍ରିଲୋଚନଙ୍କ ମୃତ୍ୟୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
BREAKING NEWS
- ଡବ୍ଲ୍ୟୁପିଏଲ ୨୦୨୭, ଆଇପିଏଲ ଅକ୍ସନକୁ ନେଇ ବିସିସିଆଇର ବଡ଼ ନିଷ୍ପତ୍ତି
- ଭାରତ – ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲ୍ୟାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
- ୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ
- Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
- ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା

Comments are closed.