ଗୁଆହାଟୀ : ଗୁଆହାଟୀରେ ଦକ୍ଷିଣ ଆଫ୍ରିକାକୁ ୧୬ ରନ୍ରେ ହରାଇ ସିରିଜ ଜିତିଲା ଭାରତ । ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତର ବଡ଼ ସ୍କୋର ଆଗରେ ହାର ମାନିଛି ଦକ୍ଷିଣ ଆଫ୍ରିକା ।
2ND T20I. India Won by 16 Run(s) https://t.co/R73i6Rr0O2 #INDvSA @mastercardindia
— BCCI (@BCCI) October 2, 2022
ଭାରତ ପ୍ରଥମେ ବ୍ୟାଟିଂ କରି ୨୩୭ ରନ କରିଥିଲା । ଦକ୍ଷିଣ ଆଫ୍ରିକା ୩ ଉଇକେଟ ହରାଇ ୨୦ ଓଭରରେ ୨୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଡେଭିଡ ମିଲର ଶତକ କରିଥିଲେ ମଧ୍ୟ ଦଳକୁ ଜିତାଇପାରିନଥିଲେ । ମିଲର ୧୦୬ ରନ୍ କରିଥିବା ବେଳେ ଡି କକ୍ ୬୯ ରନ୍ କରିଥିଲେ । ମାର୍କରମ ୩୩ ରନ କରିଥିଲେ ।
Appreciation all around for David Miller. 👏👏
But it's #TeamIndia who win the second #INDvSA T20I to take an unassailable lead in the series. 🙌 🙌
Scorecard 👉 https://t.co/58z7VHliro pic.twitter.com/ShKkaF0inW
— BCCI (@BCCI) October 2, 2022
ଆଜି ଭାରତ ପକ୍ଷରୁ କେଏଲ୍ ରାହୁଲ ଓ ରୋହିତ ଶର୍ମାଙ୍କର ଓପନିଙ୍ଗ ଯୋଡ଼ି ଦକ୍ଷିଣ ଆଫ୍ରିକା ଉପରେ ଜୋରଦାର ଆକ୍ରମଣ କରିଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ସୂର୍ଯ୍ୟକୁମାର ମାତ୍ର ୨୨ ବଲ୍ରୁ ୬୧ ରନ କରିଥିବା ବେଳେ କେଏଲ ରାହୁଲ ୨୮ ବଲ୍ରୁ ୫୭ ରନର ଧୂଆଁଧାର ଇନିଂସ ଖେଳିଥିଲେ। ବିରାଟ କୋହଲି ୪୯ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ରୋହିତ ଶର୍ମା ୪୩ ରନ କରିଥିଲେ ।
Milestone 🚨 – @surya_14kumar becomes the fastest batter to get to 1000 T20I runs in terms of balls (573) faced.#TeamIndia pic.twitter.com/iaFgAX8awu
— BCCI (@BCCI) October 2, 2022
ଓପନର କେଏଲ ରାହୁଲ ଅର୍ଦ୍ଧଶତକୀୟ ପାରି ଖେଳି ଫର୍ମକୁ ଫେରିବାର ସୂଚନା ଦେଇଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଆଜି ପୁଣି ମୁଖ୍ୟ ଆକର୍ଷଣ ରହିଥିଲା । ଆଗକୁ ବିଶ୍ୱକପ୍ ଥିବାରୁ ରାହୁଲ, ରୋହିତ, ସୂର୍ଯ୍ୟକୁମାର, ଦିନେଶ କାର୍ତ୍ତିକ ଏବଂ ବିରାଟ କୋହଲି ଆଜି ଭଲ ବ୍ୟାଟିଂ କରି ସମସ୍ତେ ଭଲ ଫର୍ମରେ ଥିବା ସୂଚାଇଥିଲେ । ରାହୁଲ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ ।
Innings Break!
Stupendous batting display from #TeamIndia as they post a mammoth total of 237/3 on the board.
This is also #TeamIndia's fourth highest T20I total.
Scorecard – https://t.co/58z7VHliro #INDvSA @mastercardindia pic.twitter.com/MWzSVV63NP
— BCCI (@BCCI) October 2, 2022
ବୋଲିଂ ବିଭାଗରେ ଆଜି ଦୁଇ ଦଳର ବୋଲର ଅଧିକ ରନ ଦେଇଥିଲେ ।
Comments are closed.