ଭୁବନେଶ୍ୱର: ପରଲୋକରେ ବରଗଡ ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହା । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। କିଡନୀ ରୋଗ ସହିତ ଅନେକ ରୋଗର ଆକ୍ରାନ୍ତ ହେବା ପରେ ନିକଟରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।
ସେ ପଦ୍ମପୁର ବିଧାନସଭା ଆସନରୁ ୫ ଥର ବିଧାୟକ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦-୧୯୯୯୫, ୧୯୯୫ରୁ ୨୦୦୦ ଜନତା ଦଳ ଟିକେଟରୁ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୦ରେ ବିଜୁ ଜନତା ଦଳରୁ ମୋଟ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଓଡ଼ିଶା ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ।
ଚାଷୀ ପରିବାରରେ ଜନ୍ମିତ ଏହି ଦିବଂଗତ ବିଧାୟକଙ୍କ ପରିବାରରେ ପତ୍ନୀଙ୍କ ସହ ଦୁଇ ଝିଅ ଏବଂ ଜଣେ ପୁଅ ରହିଛନ୍ତି । ସେ ଜେଏନୟୁରୁ ଶିକ୍ଷାଗତ ଯୋଗ୍ଯତା ଲାଭ କରିଥିଲେ।
ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ଅନେକ ବିଧାୟକଙ୍କୁ ହରାଇଛି। ବାଲେଶ୍ବରର ବିଧାୟକ ମଦନ ମୋହନ ଦତ୍ତ, ପାଟକୁରାର ବିଧାୟକ ବେଦପ୍ରକାଶ ଅଗ୍ରଓ୍ବାଲ, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ସେଠୀ, ପିପିଲି ବିଧାୟକ ପ୍ରଦୀପ ମହାରଥୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଧାମନଗରର ବିଧାୟକ ବିଷ୍ଣୁ ସେଠୀଙ୍କ ପରେ ପଦ୍ମପୁରର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା ପ୍ରାଣ ହରାଇଛନ୍ତି। ଯେଉଁଥିରେ ବିଜେଡିର ୪ ବିଧାୟକ ରହିଥିବା ବେଳେ ବିଜେପିର ୩ ବିଧାୟକ ରହିଛନ୍ତି।
Comments are closed.