ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ଛାଡି ପାରନ୍ତି। ଦୀର୍ଘ ଦିନ ହେବ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ରାଜନୀତିରୁ ଅବସର ନେବେ ବୋଲି ଆଶଙ୍କା କରାଯାଉଥିଲା ଏବେ କିନ୍ତୁ ସେ କରିଥିବା ଫେସବୁକ ପୋଷ୍ଟ ସେ ଦଳ ଛାଡିବା ନେଇ ଇସାରା ଦେଇଛନ୍ତି ବୋଲି କୁହାଯାଉଛି।
ହରିଶ ରାୱତ ସୋମବାର କହିଛନ୍ତି ଯେ ଭାରତ ଯୋଡୋ ଯାତ୍ରା ପରେ ସେ ତାଙ୍କ କାମ ନେଇ ନିଷ୍ପତ୍ତି ନେବେ। ଏବେ ସେ ଟିକେ ବିଶ୍ରାମ କରୁଛନ୍ତି। ତେବେ ସେ ଲୋକଙ୍କୁ ସେବା ଯୋଗାଇ ଚାଲିବେ ବୋଲି କହିଛନ୍ତି ।
ଏଥିରୁ ସ୍ପଷ୍ଟ ହୋଇଛି ଯେ ରାୱତ ଏବେ କଂଗ୍ରେସରେ ନିଜ ଭବିଷ୍ୟତ ଦେଖି ପାରୁ ନାହାନ୍ତି। ଯେଉଁଥିପାଇଁ ସେ କଂଗ୍ରେସ ଛାଡିବା ନେଇ ଇଙ୍ଗିତ କରିଛନ୍ତି। ଯଦି ରାୱତ କଂଗ୍ରେସ ଛାଡିବେ ତେବେ ଉତ୍ତରାଖଣ୍ଡର କଂଗ୍ରେସ ପାଇଁ ଏହା ଏକ ବଡ ଝଟକା ସାବ୍ୟସ୍ତ ହେବ ବୋଲି କୁହାଯାଉଛି।
ଫେସବୁକରେ ପୋଷ୍ଟ କରି ହରିଶ ରାୱତ ଲେଖିଛନ୍ତି ଯେ ଉତ୍ତରାଖଣ୍ଡ କଂଗ୍ରେସ ଏପର୍ଯ୍ୟନ୍ତ ପରିବର୍ତ୍ତନ କରିବ ନାହିଁ! ଜଣେ ନିଜକୁ ପରିବର୍ତ୍ତନ କରିବା ଉଚିତ୍। ଏପରି ଏକ ଚିନ୍ତାଧା ଆସିବା ପରେ ପ୍ରଭୁ ବଦ୍ରିନାଥଙ୍କ ନିକଟକୁ ଆଶାର୍ବାଦ ନେବାକୁ ସେ ଯାଇଥିଲେ ବୋଲି ଉଲ୍ଲେଖ କରିଛନ୍ତି।
Comments are closed.