Latest Odisha News

BREAKING NEWS

ମା’ ସିଦ୍ଧିଦାତ୍ରୀ

ନବରାତ୍ରର ନବସ୍ୱରୂପର ନବମ ରୂପ ‘ମା’ ସିଦ୍ଧିଦାତ୍ରୀ ’

ଶାରଦୀୟ ନବରାତ୍ରର ନବମ ଅର୍ଥାତ ଅନ୍ତିମ ଦିବସରେ ମା’ ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ମା’ ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ। ସିଦ୍ଧିଦାତ୍ରୀ ଦେବୀ ତପସ୍ଵୀର ସ୍ଵରୂପ।

ପୁରାଣ ବର୍ଣ୍ଣିନା ଅନୁସାରେ ଭଗବାନ ଶିବ କଠିନ ତପସ୍ୟା କରି ମା’ ସିଦ୍ଧିଦାତ୍ରୀଙ୍ଠାରୁ ସିଦ୍ଧି ପ୍ରାପ୍ତ କରିଥିଲେ। ଏହା ସହ ମା’ ସିଦ୍ଧିଦାତ୍ରୀଙ୍କ କୃପାରୁ ମହାଦେବଙ୍କ ଅଧା ଶରୀର ଦେବୀଙ୍କ ସ୍ଵରୂପ ହୋଇଯାଇଥିଲା। ଏହି ମା’ ଙ୍କ କୃପାରୁ ଦେବ ଦେବ ମହାଦେବ ଅର୍ଦ୍ଧନାରୀଶ୍ଵର ରୂପରେ ପୂଜା ପାଇଥିଲେ।

ନବମୀ ବିହିତ ପୂଜା କାଳରେ ସର୍ବପ୍ରଥମେ, କଳସ ଏବଂ ଏଥିରେ ସ୍ଥାପିତ ସମସ୍ତ ଦେବତାଙ୍କୁ ପୂଜା କରାଯାଇଥାଏ। ଏହାପରେ ଷୋଡ଼ଶ ଉପଚାର ଅର୍ପଣ କରି ଧ୍ୟାନମନ୍ତ୍ର ପାଠ କରାଯାଏ। ଏହାପରେ କୁମାରୀ ପୂଜା ଅନୁଷ୍ଠିତ ହୁଏ। ନଅ ବର୍ଷ ଭିତରେ ଥିବା ନଅ ଜଣ ବାଳିକାଙ୍କୁ ନବଦୁର୍ଗା ଭାବରେ ଚିନ୍ତା କରାଯାଇ ସେମାନଙ୍କ ଚରଣରେ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଏ। ମା’ଙ୍କୁ ହାଲୁୱା, ପୁରୀ, କ୍ଷିରି, ବୋଟ, ନଡ଼ିଆ ପ୍ରସାଦ ଅର୍ପଣ କରାଯାଏ । ଏହା ପରେ ମାତାଙ୍କର ବୀଜ ମନ୍ତ୍ର ଜପ କରାଯିବା ବିଧାନ ରହିଛି । ରାତ୍ରରେ ହୋମ ଓ ଉତ୍ସର୍ଗ ବଳି ଅର୍ପଣ ପରେ ନବରାତ୍ର ବ୍ରତ ସମାପନ ହୋଇଥାଏ। ସିଦ୍ଧିଦାତ୍ରୀଙ୍କୁ ପୂଜା କରିବା ଦ୍ବାରା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

ମା’ ସିଦ୍ଧିଦାତ୍ରୀଙ୍କ ପୂଜା ନବାନ୍ନ ପ୍ରସାଦ, ନବରସ ଯୁକ୍ତ ଭୋଜନ ଏବଂ ନଅ ପ୍ରକାରର ଫଳ ଫୁଲ ଆଦି ଅର୍ପଣ କରି ପୂଜା ସମାପନ କରାଯାଏ। ମା’ଙ୍କର ପୂଜା କଲେ ମନୋସ୍କାମନା ପୂରଣ ହେବା ସହ ଆମ ଭିତରେ ଥିବା ଆସୁରିକ ଭାବର ବିନାଶ ଘଟିଥାଏ।

Comments are closed.