Latest Odisha News

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ‘ବ୍ଲାକମେଲିଂ’ କରୁଥିବା ଯୁବତୀ ଅର୍ଚ୍ଚନା !

ଭୁବନେଶ୍ୱର: ନେତା, ପୁଲିସ ଏବଂ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ବର ସତ୍ୟ ବିହାରର ଅଞ୍ଚଳର ମହିଳା ଅର୍ଚ୍ଚନା ନାୟକ। ନିକଟରେ ପ୍ରଯୋଜକ ଅକ୍ଷୟ ପରିଜା ଆଣିଥିବା ବ୍ଲାକମେଲିଂ ଅଭିଯୋଗରେ ସଂପୃକ୍ତ ଯୁବତୀଙ୍କ ଲିଙ୍କ୍ ରହିଥିବା ସୂଚନା ରହିଛି। ନିକଟରେ ଜଣେ ଯୁବତୀ ଭିଡିଓ ଜାରି କରି ଅକ୍ଷୟ ପରିଜାଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ଓ କିଛି ଫଟୋ ସାମ୍ନାକୁ ଆସିଥିଲା। ପରେ ଅକ୍ଷୟ ପରିଜା ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ।

ଅଭିଯୁକ୍ତ ପୀଡିତା ସେତେବେଳେ ଦାବି କରିଥିଲେ ଯେ ପ୍ରଯୋଜକ ତାଙ୍କୁ ଧମକ ଦେଇଥିଲେ। ଏବଂ ଯଦି ସେ ତାଙ୍କ ପରିବାର ଦ୍ୱାରା ସ୍ଥିର ହୋଇଥିବା ବ୍ୟକ୍ତିଙ୍କୁ ବିବାହ କରନ୍ତି ତେବେ ତାଙ୍କ ନଗ୍ନ ଚିତ୍ର ଭାଇରାଲ କରିଦେବେ। ପରେ ଯୁବତୀଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବାକୁ ଜିଦ୍ ଧରିଥିବା ପୀଡ଼ିତା ଅଭିଯୋଗ କରିଥିଲେ।

ନିଜେ ଜଣେ ତଳ ଜାତିର ବୋଲି ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଯୁବତୀ ଜଣଙ୍କ ଦାବି କରିଥିଲେ। ତେଣୁ ତାଙ୍କୁ ଫିଲ୍ମରେ ସୁଯୋଗ ମିଳିବ ନାହିଁ ବୋଲି ପରିଜା ତାଙ୍କୁ କହିଥିବା ସେ କହିଥିଲେ। ଅନ୍ୟପକ୍ଷରେ ପରିଜା ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ। ପରେ ନୟାପାଲ୍ଲୀ ପୋଲିସ ଷ୍ଟେସନରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ। ଅକ୍ଷୟ ପରିଜା କହିଥିଲେ ଘରକୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରିବା ପରେ ଏବଂ ସଂପୃକ୍ତ ଯୁବତୀ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରିଥିଲେ। ପରେ ଆପତ୍ତିଜନକ ଭିଡିଓ ରେକର୍ଡ କରି ବ୍ଲାକମେଲିଂ କରୁଥିଲେ। ଏଥିପାଇଁ ଯୁବତୀ ଜଣଙ୍କ 6 କୋଟି ଟଙ୍କା ଦାବି କରିଥିଲେ।

ଏବେ ଗିରଫ ହୋଇଥିବା ଯୁବତୀ ଅର୍ଚ୍ଚନା ନାୟକଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଭୁବନେଶ୍ୱରରେ ପୁରୁଣା ଗାଡି ବ୍ୟବସାୟ କରନ୍ତି ବୋଲି ଜଣାପଡିଛି। ସେ ଏବେ ଫେରାର ରହିଛନ୍ତି। ସେ ମଧ୍ୟ ଏହି ବ୍ଲାକମେଲିଂ ମାମଲାରେ ଅବଗତ ଥିବା ସୂଚନା ରହିଛି। ତାଙ୍କ ଘର ମୟୂରଭଞ୍ଜର ବୋଲି ସୂଚନା ରହିଛି। ଅର୍ଚ୍ଚନାଙ୍କ ସ୍ବାମୀଙ୍କ ଫେସବୁକରେ ଥିବା ଫୋଟରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି। ସେ ଏକ ବିଳାସପୂର୍ଣ୍ଣ ଘର ତିଆରି କରିଛନ୍ତି । ଯାହାର ପ୍ରତିଷ୍ଠା ଉତ୍ସବରେ ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇଥିଲେ।

Leave A Reply

Your email address will not be published.