Latest Odisha News

BREAKING NEWS

ଆମ ଆଦମୀ ପାର୍ଟିର କର୍ମୀଙ୍କୁ ବିବାହ କଲେ ବିଧାୟିକା ନରିନ୍ଦର କୌର 

ଚଣ୍ଡୀଗଡ଼:  ବୋହୂ ସାଜିଲେ ବିଧାୟକ। ବିବାହ କଲେ ବିଧାୟିକା ନରିନ୍ଦର କୌର  । ପଞ୍ଜାବର ସଙ୍ଗରୁରରୁ ବିଧାୟିକା ଥିବା ନରିନ୍ଦର କୌର ଆମ ଆଦମୀ ପାର୍ଟିର କର୍ମୀ ମନଦୀପ ସିଂଙ୍କୁ ବିବାହ କରିଛନ୍ତି | ଏହି ବିବାହ ସମାରୋହ ପଟିଆଲାର ରୋରେୱାଲ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପତ୍ନୀ ଡକ୍ଟର ଗୁରୁପ୍ରୀତ କୌର ଏହି ବିବାହରେ ଅତିଥି ଭାବରେ ଯୋଗ ଦେଇଥିଲେ |

ନରିନ୍ଦର ସର୍ବକନିଷ୍ଠ ବିଧାୟିକା ହୋଇଥିବାବେଳେ ସେ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ସଙ୍ଗରୁର ଆସନ ଜିତିଥିଲେ।ବିଜୟ ଇନ୍ଦର ମଧ୍ୟ ପୂର୍ବ କଂଗ୍ରେସ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ, କିନ୍ତୁ ନରିନ୍ଦର ତାଙ୍କୁ ପରାସ୍ତ କରି ଏହି ଆସନକୁ କବଜା କରିଥିଲେ। ମନଦୀପଙ୍କ ବାବଦରେ କହିବାକୁ ଗଲେ ପଞ୍ଜାବର ଆପର ସେ ଜଣେ ସକ୍ରିୟ କର୍ମୀ | ସେ ସଙ୍ଗରୁର ବିଧାନସଭାରେ ମିଡିଆ ଇନଚାର୍ଜ ଭାବରେ କାମ କରିଥିଲେ । ନରିନ୍ଦର ପଞ୍ଜାବ ବିଶ୍ୱବିଦ୍ୟାଳୟ ପଟିଆଲାରୁ ଏଲଏଲବି ପଢ଼ିଥିବାବେଳେ ସେ ମଧ୍ୟ ଦୁଇଥର ଆପର ଜିଲ୍ଲା ଯୁବ ସଭାପତି ରହିଛନ୍ତି।

୨୦୧୪ ଲୋକସଭା ନିର୍ବାଚନରେ, ଯେତେବେଳେ ସେ ନିଜ ଗାଁରେ ଆପ ବୁଥ୍ ସ୍ଥାପନ କରିଥିଲେ ସେତେବେଳେ ଲୋକଲୋଚନକୁ ଆସିଥିଲେ ନରିନ୍ଦର। ତେବେ ନରିନ୍ଦର ବିବାହ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଆମ୍‌ ଆଦମୀ ପାର୍ଟି ସାଧାରଣ ପରିବାରରୁ ପ୍ରାର୍ଥ୍ରୀ ଚୟନ କରି ସରକାର ଗଠନ କରିଛି  । ସେଥିପାଇଁ ଏକ ସାଧାରଣ ପରିବାରର ହୋଇଥିବାରୁ ଆମେ ନିଡ଼ାମ୍ବରର ସହ ବିବାହ କରିଛୁ  । ଏଥିସହ ନରିନ୍ଦର କହିଛନ୍ତି ଯେ ରାଜନୈତିକ ଦାୟିତ୍ବ ସହ ବର୍ତ୍ତମାନ ପାରିବାରିକ ଦାୟିତ୍ବ ମଧ୍ୟ ବୃଦ୍ଧି ପାଇଛି  କିନ୍ତୁ ଖୁସିର କଥା ରାଜନୀତିର କଥା ହେବା ପାଇଁ ପାଖରେ ସାଥି ଅଛନ୍ତି  ।

 

Leave A Reply

Your email address will not be published.