ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଗୋଟିଏ ପରେ ଆଉ ଗୋଟିଏ ଗାଁକୁ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୩ ଦିନ ଭିତରେ ବେନ୍ଦାଳିଆ ଗ୍ରାମରେ ୫ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କେତେକ ଆକ୍ରାନ୍ତଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଲାଠି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିଲା । ଏବେ ଏହାର ପଡ଼ୋଶୀ ଗ୍ରାମ ବେନ୍ଦାଳିଆକୁ ବ୍ୟାପିଛି। ଏହାକୁ ନେଇ ଜିଲା ସ୍ବାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଯାଇଛି। କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାବସୀଙ୍କୁ ସଚେତନ ସହ ଉଭୟ ଗ୍ରାମରେ ହାଲେଜେନ ବଟିକା ବଣ୍ଟନ କରାଯାଇଛି।
ପ୍ରାୟ ୭ ଦିନ ପୂର୍ବେ ଲାଠି ଗ୍ରାମର ଗୌଡ ସାହିର ଗୋଟିଏ ପରିବାରର ଏକାଧିକ ଝାଡାବନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ଜଣକ ପରେ ଜଣେ ଭାବେ ମାତ୍ର ସପ୍ତାହେ ଭିତରେ ଗ୍ରାମରେ ୪୦ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ଶିଶୁ, ମହିଳା ଓ ବୃଦ୍ଧ ବୃଦ୍ଧା ମଧ୍ୟ ରହିଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କୁ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଏମକେସିଜିରେ ଚିକିତ୍ସା କରାଯାଇଥିଲା। ଲାଠି ଗ୍ରାମର ଅଧିକାଂଶ ରୋଗୀ ସୁସ୍ଥ ହୋଇଥିଲେ । ଏବେ କିନ୍ତୁ ପଡ଼ୋଶୀ ବେନ୍ଦାଳିଆ ଗ୍ରାମକୁ ବ୍ୟାପିଛି। ଦିନକୁ ଦିନ ରୋଗୀ ସଂଖ୍ୟା ବଢିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାପିଡ ଆକ୍ସନ ଟିମ ଗଠନ କରାଯାଇ ଉଭୟ ଗ୍ରାମରେ ସ୍ବାସ୍ଥ୍ୟ ଶିବିର ଓ ସଚେତନତତା ଆରମ୍ଭ ହୋଇଥିଲା। ବର୍ତ୍ତମାନ ବେନ୍ଦାଳିଆ ଗ୍ରାମର ୩ ଜଣ ଆକ୍ରାନ୍ତ ଏମକେସିଜିରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେହିପରି ଆଉ କିଛି ରୋଗୀ ଏମକେସିଜି ଛାଡି ଘରୋଇ ଚିକିତ୍ସାଳୟକୁ ଚାଲିଯାଇଛନ୍ତି। ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ଗ୍ରାମର ୪ ଆକ୍ରନ୍ତଙ୍କ ଘରୁ ପାନୀଳ ଜଳ ନମୁନା ସଂଗ୍ରହ କରାଯାଇଥିଲା। ନମୁନା ପରୀକ୍ଷା ପରେ ପାଣିରେ ଦୂଷିତ ତଥା ମଇଳା ପଦାର୍ଥ ମିଶିଥିବା ଜଣାପଡ଼ିଥିଲା। ପାନୀୟ ଜଳ ଦୂଷିତ ହେବା ପରେ ସେହି ପାଣି ବ୍ୟବହାର କରିଥିବା ପରିବାର ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ସେହିକ୍ରମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବିଛା ଯାଇଥିବା ପାଇପ ଲାଇନ ଦ୍ୱାରା ଦୂଷିତ ପଦାର୍ଥ ପାଣିରେ ମିଶିଥିବା ସନ୍ଦେହ କରାଯାଉଛି। ଜଳ ପରୀକ୍ଷା ସହ ପାଇପ ଲାଇନ ଯାଞ୍ଚ କରିବାକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା। ଉଭୟ ଗ୍ରାମରେ ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଥିବା କୁକୁଡାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ରାମଚନ୍ଦ୍ର ମହାପାତ୍ର କହିଛନ୍ତି।
BREAKING NEWS
- ଏଣିକି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ୍ ଉପସ୍ଥାନ, କେଉଁ ଅନୁଷ୍ଠାନରେ ଲାଗୁ ହେବ ଦେଖନ୍ତୁ ତାଲିକା
- ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡି ଯିବା ଘଟଣା: ସର୍ଚ୍ଚ ଅପରେସନରେ ସାମିଲ ହେଲା ୨ଟି ଚାଇନା ଜାହାଜ
- ବଲିଉଡରେ ଶୋକର ଛାୟା: ଅଜୟ ଦେବଗନଙ୍କୁ ଷ୍ଟାର୍ ବନାଇଥିବା ନିର୍ଦ୍ଦେଶକ କୁକୁ କୋହଲିଙ୍କ ପରଲୋକ
- ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଲେ ଅନୁଗୁ ଶିବା ମାରୁତି ରେଡ୍ଡୀ
- MMDR ସଂଶୋଧନ ବିଲ୍କୁ ନେଇ ରାଜନୀତି: ଶାସକ-ବିରୋଧୀ ମଧ୍ୟରେ ବାକ୍ ଯୁଦ୍ଧ
- ଯୁଦ୍ଧ ଭିତରେ କାର୍ଟୁନ୍ ଓ ପପକର୍ଣ୍ଣ
- କିମସରେ ହୃତପିଣ୍ଡ ଧମନୀର ସଫଳ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ ୨୧ ବର୍ଷୀୟ ଯୁବକ
- ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ଅନେକ ବରିଷ୍ଠ ଆଇଏଏସ୍ ଅଫିସର
- ଗଲୱାନ ସଂଘର୍ଷ ପରେ ପ୍ରଥମ ଗସ୍ତ: ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ବେଜିଂର ନୀରବତାକୁ ନେଇ ସସ୍ପେନ୍ସ
- ୨୭ରେ ଭଦ୍ରାକାଳ ଥିବାରୁ ବାନ୍ଧନ୍ତୁ ନାହିଁ ରାଖୀ: ଶ୍ରୀମନ୍ଦିର ନୀତିକାନ୍ତିକୁ ଦେଖି ୨୮ରେ ପାଳନ ପାଇଁ ଗବେଷକଙ୍କ ପରାମର୍ଶ

Comments are closed.