Latest Odisha News

BREAKING NEWS

ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ସବୁଠି ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ସୁନ୍ଦର ସାଜସଜା ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ଲୋକଙ୍କୁ ମୁଖ୍ୟ ଆକର୍ଷଣ ହୋଇଥିଲା ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ । ମା’ଙ୍କ ପୂଜା ପାଇଁ ପ୍ରଥମେ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା l ମାଙ୍କ ସାମ୍ନାରେ ପୂର୍ଣ୍ଣ କଳସ ରଖାଯିବା ପରେ ଆରମ୍ଭ ହୋଇଥିଲା ପୂଜା l ସମଗ୍ର ସହର ଏକାଠି ହୋଇ ଆରାଧନା କରିଥିଲେ  । ମାଆଙ୍କୁ  ମନ୍ତ୍ର ଧ୍ଵନି, ମାଦଳ ବାଜା, ଗିନି ଝାଞ୍ଜ ଓ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଉଠିଥିଲା ପୂଜା ମଣ୍ଡପ  । ଗତକାଲି କୁମାର ପୂର୍ଣ୍ଣିମାରେ ମାଙ୍କୁ ପୂଜା କରାଯାଇଥିଲା  ।

୧୦୮ ପଦ୍ମ ମାଳ  ନୈବେଦ୍ୟ, ଫଳମୂଳ , ପିଠା, ପଣା ମାଙ୍କ ପାଖରେ ଭୋଗ ଲାଗିଥିଲା  । ମାଙ୍କ ପୂଜା ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଢେଙ୍କାନାଳର ରାଜା ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂ ଦେଓ ପୂଜା ମଣ୍ଡପରେ ଯୋଗ ଦେଇଥିଲେ।ଏଥିସହିତ ବିଧାୟକ ସୁଧୀର କୁମାର ସାମଲ କୈବଲ୍ୟ ବଜାର ନୂତନ ଲଷ୍ମୀ ଘର ଭୂମି ପୂଜନ କରି ମା ଙ୍କୁ ଆରାଧନା କରିଥିଲେ lସବୁଠି ମା’ଙ୍କ ଆରାଧନା ଚାଲିଥିବା ବେଳେ ଭକ୍ତ ମାନେ ମା’ଙ୍କ ପୂଜାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି  ।

Comments are closed.