ବ୍ରହ୍ମପୁର:ଗଞ୍ଜାମ ଜିଲା ଚିକିଟି ବ୍ଲକର ଆର୍.ସୁବାଣୀ ବସ୍ଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ଗୁରୁତର ଆହତ ଅଜଗର ବୁଲୁଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ବ୍ରହ୍ମପୁର ବନ ବିଭାଗ ଏବଂ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପର ଲମ୍ବ ୯ ଫୁଟ ଥିବା ବେଳେ ଆଘାତ ପାଇଥିଲା। ଉଦ୍ଧାର
ଅଜଗରକୁ ବ୍ରହ୍ମପୁର ବ୍ରହ୍ମପୁର ପଶୁ ଚିକିତ୍ସାଳୟକୁ ଅଣା ଯାଇଥିଲା। ଅଜଗର ସାପଟିର ପାଟିର ବାମ ମାଢିଟି ଖସି ଯାଇଥିବା ବେଳେ ତାହାର ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା। ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା। ବ୍ରହ୍ମପୁର ବନଖଣ୍ଡର ସହକାରୀ ବନ ସଂରକ୍ଷକ(ଏସିଏଫ୍) ଡା. ରୁଦ୍ର ପ୍ରସାଦ ରଥଙ୍କ ନେତୃତ୍ୱରେ ପଶୁ ଚିକିତ୍ସାଳୟର ଡା. କିରଣ କୁମାର ବିଷୋୟୀଙ୍କ ସମେତ ତାଙ୍କ ଟିମ ଅସ୍ତ୍ରୋପଚାର କରିିଲେ। ବ୍ରହ୍ମପୁର ବନ ବିଭାଗ କର୍ମଚାରୀ ଏବଂ ସର୍ପ ଉଦ୍ଧାରକମାନେ ଏଥିରେ ସହଯୋଗ କରିଥିଲେ। ସାପଟିର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଦୁଇଟି ସ୍ଥାନକୁ ସିଲାଇ କରିବା ସହ ତାକୁ ବିଭିନ୍ନ ଔଷଧ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ଅଜଗର ସାପଟିର ଅବସ୍ଥା ସ୍ଥିର ରହିଥିବା କହିଛନ୍ତି ପଶୁ ଚିକିତ୍ସକ ଡା. ବିଷୋୟୀ। ସାପର ମୁଣ୍ଡ ଏବଂ ପାଟି ଭିତରେ ଆଘାତ ଲାଗିଥିଲା। ତଦନୁଯାୟୀ ଚିକିତ୍ସା କରାଯାଇଛି। ଷ୍ଟିଚ୍ ପକାଯାଇଛି। ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅସ୍ତ୍ରୋପଚାର ସମୟରେ ବ୍ରହ୍ମପୁର ବନପାଳ ବାବୁ ସେଠୀ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁ, ଶ୍ରୀକାନ୍ତ ନାହାକ, ସନ୍ଦିପ ସେଠୀଙ୍କ ସମେତ ବନ କର୍ମଚାରୀ ଓ ପଶୁ ଚିକିତ୍ସାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।
BREAKING NEWS
- ଇନ୍ଧନ କଟକଣା: ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ନିଜେ ମାନିଲେ, ଭିଭିଆଇପି ଗସ୍ତରେ ଅଙ୍କୁଶ ଲଗାଇଲେ
- Weatehr Update: ଅବପାତ ହେବନି, ବଢିବ ତାତି: ୪୧ ଡିଗ୍ରୀ ଛୁଇଁପାରେ ପାରଦ
- ମୁଣ୍ଡଳୀରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା; ୩ ଗିରଫ
- ମୋଦିଙ୍କ ଆହ୍ୱାନକୁ ଆଗେଇ ନେଲେ ଦିଲ୍ଲୀ, ୟୁପି… ମୋହନ ସରକାର କଣ କରିବେ?
- ମୁମ୍ବାଇ ପରେ ଏବେ ଛତିଶଗଡ଼ରେ ତରଭୁଜ ଆତଙ୍କ: ଫୁଡ୍ ପଏଜନ ସନ୍ଦେହ; ୧୫ ବର୍ଷୀୟ ନାବାଳକର ମୃତ୍ୟୁ
- ଡଲାର ଆଗରେ ଦୁର୍ବଳ ଟଙ୍କା, ବଢ଼ିପାରେ ପେଟ୍ରୋଲ୍-ଡିଜେଲ୍ ଦର
- Android 17ରେ ଆସୁଛି AI ସୁରକ୍ଷା କବଚ, ଚୋରି ହେଲେ ମଧ୍ୟ ଫୋନ୍ ରହିବ ସୁରକ୍ଷିତ
- ଚାଷୀଙ୍କ ଇଚ୍ଛାମୃତ୍ୟୁ ଘଟଣା; ସମସ୍ୟାର ସମାଧାନ ପାଇଁ କହିଲେ ମନ୍ତ୍ରୀ
- ୟୁସିଏଫର ଜାତୀୟ ଆପେକ୍ସ କମିଟି ବୈଠକ; ଓଡ଼ିଶା ପକ୍ଷରୁ ୫,୦୦୦ କୋଟିର ରୋଡମ୍ୟାପ୍ ଉପସ୍ଥାପନ
- NEET-UG ପେପର୍ ଲିକ୍ ମାମଲାରେ ଛାତ୍ର ଗିରଫ, ୧୦ ଲକ୍ଷ ଟଙ୍କା ଦେଇଥିଲା: ସୂତ୍ର
Comments are closed.