ଭୁବନେଶ୍ୱର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ। ପୁଣି ଅଶାନ୍ତ ଭୁବନେଶ୍ୱର। ଦିନକୁ ଦିନ ଅପରାଧ ବଢିଚାଲିଛି। ହତ୍ୟାକାଣ୍ଡ ବି ବଢୁଛି। ଗୋଟାଏ ଦିନରେ ୨ଟି ହତ୍ୟା ହେବା ଏବେ ଚିନ୍ତାର କାରଣ ପାଲଟିଛି। ପରକ୍ରିୟା ପ୍ରୀତିରୁ ପଡୋଶୀକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଭୁବନେଶ୍ବର ଭିଏସଏସ ନଗର ତାରିଣୀ ବସ୍ତିରେ ହତ୍ୟାକାଣ୍ଡ ହୋଇଛି।
ଶଳାକୁ ପଥରରେ ଛେଚି ହତ୍ୟା କରାଯାଇଛି। ନେପାଳରୁ ଆସି ସହିଦନଗର ଭିଏସଏସ ନଗର ତାରିଣୀ ବସ୍ତିରେ ରହୁଥିବା ଜଣେ ବ୍ୟକ୍ତି ଏହି ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି। ମୃତକଙ୍କ ଘର ଗଞ୍ଜାମ ଜିଲ୍ଲାରେ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସ୍ତ୍ରୀ ଆଉ କାହ ସହ ସମ୍ପର୍କ ରଖିବା ସନ୍ଦେହରେ ଶଳା ସହ ଭିଣୋଇର କଳି ହୋଇଥିଲା। ରାତି ଅଧରେ ଶଳା ଓ ଭିଣୋଇଙ୍କ ମଧ୍ୟରେ ଗଣ୍ଡଗୋଳ ନେଲା ଉଗ୍ରରୂପ। ଶଳାକୁ ପଥରରେ ଛେଚି ହତ୍ୟା କରିଛି ଭିଣୋଇ। ଘଟଣାସ୍ଥଳରେ ହିଁ ଶଳାଙ୍କ ମୃତ୍ୟୁ ହୋଇଛି।
ମୃତଦେହକୁ ଦୁର୍ଘଟଣାର ରୁପ ଦେବାକୁ ଟ୍ରେନ ଲାଇନକୁ ଘୋଷାଡି ନେଇଥିଲା ଭିଣୋଇ। ହେଲ ଭିଣୋଇର ନାରକୀୟ କାଣ୍ଡ ଧରାପଡ଼ିବା ପରେ ସେ ଫେରାର ହୋଇଯାଇଛି। ଅଭିଯୁକ୍ତ ଭିଣୋଇ ସୁରେଶ ସିଂକୁ ଖୋଜୁଛି ପୋଲିସ୍। ଘଟଣାରେ ଆଉ କିଛି ଲୋକଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ପହଞ୍ଚି ତଦନ୍ତ କରିଛନ୍ତି । ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
