Latest Odisha News

BREAKING NEWS

ଦୀର୍ଘ ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି ରାସ୍ତା, ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତାରେ ଗଡ଼ିବ ହାଲୁକା ଯାନ

ଫୁଲବାଣୀ: ଦୀର୍ଘ ଦିନ ପରେ ଖୋଲିଲା କଳିଙ୍ଗା ଘାଟି ରାସ୍ତା। ଆଜିଠାରୁ କଳିଙ୍ଗା ଘାଟିରେ ଗଡ଼ିବ ସମସ୍ତ ପ୍ରକାର ଯାନବାହନ। ଗାଡ଼ି ଚଳାଚଳ ପାଇଁ ଅନୁମତି ଦେଲେ କନ୍ଧମାଳ ଜିଲ୍ଲାପାଳ। ଭାରି ବର୍ଷା ଓ ଭୂସ୍ଖଳନ ଆଶଙ୍କା ଯୋଗୁଁ ବନ୍ଦ ରହିଥିଲା କାଳିଙ୍ଗା ଘାଟି ରାସ୍ତା। ସେପ୍ଟେମ୍ବର ୨୩ ତାରିଖରୁ ଯାତାୟାତ ଉପରେ ଲାଗିଥିଲା କଟକଣା। ରାସ୍ତା ମରାମତି ପରେ ଯାନବାହନ ଚଳାଚଳକୁ ମିଳିଲା ଅନୁମତି।

ସେହିପରି ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଜାତୀୟ ରାଜପଥ-୩୨୬ (NH 326) ର ଦାରିଙ୍ଗବାଡ଼ି-ଗାଜଲବାଡ଼ି ଘାଟି ରାସ୍ତା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଏହି ମାର୍ଗରେ ଭାରୀ ଯାନ ଚଳାଚଳ ଉପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଭିଷଣ ବର୍ଷା ଯୋଗୁଁ ଘାଟି ରାସ୍ତାରେ ଭୂସ୍ଖଳନ, ମାଟି ଧସିବା ଏବଂ ପଥର ଖସିବା ଭଳି ବିପଦ ଦେଖାଦେଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି।

ବାତ୍ୟା ଓ ଲଗାଣ ବର୍ଷାର ପ୍ରଭାବ କାରଣରୁ ୧୭ କିଲୋମିଟର ବିଶିଷ୍ଟ ଏହି ପାହାଡ଼ିଆ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଥିଲା, ଯାହାଫଳରେ ବ୍ରହ୍ମପୁରରୁ ଦାରିଙ୍ଗବାଡ଼ି ମଧ୍ୟରେ ସମ୍ପୂର୍ଣ୍ଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଅକ୍ଟୋବର ୨୭ରୁ ବନ୍ଦ ରହିଥିଲା ଗାଡ଼ି ଚଳାଚଳ। ଏହାପରେ ଉକ୍ତ ଘାଟି ରାସ୍ତାରେ ହାଲୁକା ଯାନ ଚଳାଚଳ କରିବ। ଅସ୍ଥାୟୀ ମରାମତି ପରେ ହାଲୁକା ଯାନ ଚଳାଚଳକୁ ମିଳିଲା ଅନୁମତି। ଘାଟି ଅଞ୍ଚଳରେ ରାସ୍ତା ଫାଟି ଜାତୀୟ ରାଜପଥର ଏକ ବଡ଼ ଅଂଶ ଧୋଇଯାଇଛି। ଏହା ପୂର୍ବରୁ ମଧ୍ୟ ବର୍ଷା ସମୟରେ ଅନେକ ଭାରୀ ଯାନ ଘାଟି ମଝିରେ ଫସି ରହି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିଲା।

ଯେଉଁ ଗାଡ଼ିଗୁଡ଼ିକ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଛନ୍ତି, ସେମାନଙ୍କୁ ବ୍ରାହ୍ମଣୀଗାଁ-ମୋହନା ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଘାଟି ରାସ୍ତା ବନ୍ଦ ରହିବା କାରଣରୁ ଦାରିଙ୍ଗବାଡ଼ିରେ ପନିପରିବା ଯୋଗାଣ, ବସ୍ ଚଳାଚଳ ଏବଂ ଜରୁରୀକାଳୀନ ଚିକିତ୍ସା ସେବା ପାଇଁ ବ୍ରହ୍ମପୁର ଯାଉଥିବା ସାଧାରଣ ଜନତା ଓ ପର୍ଯ୍ୟଟକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.