ବ୍ରହ୍ମପୁର: ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗୁରୁବାର ଜିଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପରିଡା ସଭାପତିତ୍ବ କରିଥିଲେ। ତେବେ ଏହି ବୈଠକରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ । ୨୦୨୦ ନଭେମ୍ବରରେ ଟାଟା କମ୍ପାନିରେ ନିଯୁକ୍ତିରେ ଠକେଇ ଅଭିଯୋଗରେ ପ୍ରଦୀପ ଗିରଫ ହେବା ଏବଂ ପରେ ବିଜେଡ଼ିରୁ ନିଲମ୍ବିତ ହୋଇଥିଲେ । ତା’ ପରଠୁ ତାଙ୍କୁ ଆଉ କୌଣସି ସରକାରୀ ବୈଠକ କିମ୍ବା କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା। ଏନେଇ ଅନେକ ଥର ବିଧାୟକ ପାଣିଗ୍ରାହୀ କହିଥିଲେ ଯେ, ପ୍ରଶାସନ ତରଫରୁ ତାଙ୍କୁ ସରକାରୀ ବୈଠକ ସଂପର୍କରେ ସୂଚନା ଦିଆଯାଉ ନାହିଁ କିମ୍ବା ନିମନ୍ତ୍ରଣ କରାଯାଉ ନାହିଁ। ଏନେଇ ସେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଥିଲେ। ତେବେ ଗୁରୁବାରର ବୈଠକ ସଂପର୍କରେ ପୂର୍ବରୁ ସମସ୍ତ ବିଧାୟକ ଏବଂ ପରିଷଦର ସଦସ୍ୟମାନଙ୍କୁ ଗତ ୬ ତାରିଖରେ ଅତିରିକ୍ତ ଜିଲାପାଳଙ୍କ ତରଫରୁ ଚିଠି କରାଯାଇଥିଲା। ଏହି ଚିଠି ବିଧାୟକ ପାଣିଗ୍ରାହୀଙ୍କ ପାଖରେ ପହଞ୍ଚିଥିଲା। ଚିଠି ପାଇବା ପରେ ସେ ବୈଠକରେ ଯୋଗଦେଇଥିଲେ । ତେବେ ପୂର୍ବରୁ ସରକାରୀ ଚିଠି ତାଙ୍କ ପାଖକୁ ଯାଉନଥିବା ବେଳେ ଏହି ବୈଠକର ଚିଠି କେମିତି ଗଲା, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ପୂର୍ବରୁ ପ୍ରଶାସନ ତରଫରୁ ଡକାଯାଉନଥିବା ବେଳେ ଏହି ବୈଠକକୁ ଡକାଯାଇଥିବା ଯୋଗୁ ଆସିଥିବା ବିଧାୟକ ପାଣିଗ୍ରାହୀ ଗଣମାଧ୍ୟମକୁ କହିଥିଲେ। ବୈଠକରେ ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ସମେତ ପ୍ରଶାସନିକ ଅଧିକାରୀ ଏବଂ ପରିଷଦର ସଦସ୍ୟମାନେ ଉପସ୍ଥିତ ଥିଲେ।
BREAKING NEWS
- Budget2026: ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
- Union Budget 2026: ଜାଣନ୍ତୁ…କ’ଣ ମହଙ୍ଗା, କ’ଣ ଶସ୍ତା?
- Union Budget 2026: ଶସ୍ତା ହେବ କର୍କଟ, ମଧୁମେହ ଏବଂ ଅଟୋଇମ୍ମ୍ୟୁନ୍ ରୋଗର ଔଷଧ…
- ବଜେଟ୍ ୨୦୨୬: ବାୟୋଫାର୍ମାକୁ ଫୋକସ, ୧୦ ହଜାର କୋଟି ଟଙ୍କା ହେବ ନିବେଶ
- ବଜେଟ୍ ୨୦୨୬-୨୭ରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ଉପରେ ଫୋକସ୍
- Budget 2026: ବଜେଟ ୨୦୨୬: ଏପ୍ରିଲ ୧ରୁ ନୂଆ ଆୟକର ନିୟମ
- Rare Earth Corridors In Odisha: ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା, ନିର୍ମାଣ ହେବ ବିରଳ ପୃଥିବୀ ଖଣିଜ ପଦାର୍ଥ କରିଡର
- Budget 2026: ବଜେଟ୍ ଉପସ୍ଥାପନା ପୂର୍ବରୁ କାହିଁକି ପ୍ରସ୍ତୁତ ହୁଏ ହାଲୱା, କ’ଣ ରହିଛି ଏହା ପଛର ବିଶେଷ କାହାଣୀ?
- Union Budget 2026: ଚାଷୀ, ମହିଳା ଏବଂ ଯୁବକମାନଙ୍କୁ ଅଭିବୃଦ୍ଧି ପ୍ରଦାନ କରିବାର ଲକ୍ଷ୍ୟ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- ଲଟେରୀ ଜରିଆରେ ବିଏମ୍ସି ପକ୍ଷରୁ ପକ୍କା ଘର ଆବଣ୍ଟନ
Comments are closed.