Latest Odisha News

BREAKING NEWS

ଅଗ୍ନିକାଣ୍ଡରେ ୧୦ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ

ଯାଜପୁର: ରସୁଲପୁର ବ୍ଲକ ବନ୍ଧଢ଼ିହ ପଞ୍ଚାୟତ ଜୟସୁଙ୍ଗୁଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି।ଭୟାବହ ଅଗ୍ନିକାଣ୍ଡ ଘଟି ୫ବଖରା ଘର ଜଳିଯିବା ସହ ୧୦ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଗଲେ । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଯଦୁ ମୁଦୁଲି ଓ ବୋଧି ମୁଦୁଲିଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ୫ବଖରା ଘର ସହ ଗୁହାଳକୁ ନିଆଁ ବ୍ୟାପି ଯାଇଥିଲା। ନିଆଁ ଲାଗିବା ଦେଖି ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ।

BjdElectrycity

ଖବର ପାଇ ରସୁଲପୁର ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସବୁକିଛି ପୋଡି ନଷ୍ଟ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାପତ୍ର ପୋଡି ଯିବା ସହ ଗୁହାଳରେ ଥିବା ଗାଈ, ବଳଦ, ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.