କୋରାପୁଟ : ନିଜକୁ ଆରଟିଓ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଦେଉଥିଲେ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ l କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଂଚଳରେ ଏଭଳି ଘଟଣା ନଜରକୁ ଆସିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟ ଗ୍ରାମର ମୋହେନ୍ଦ୍ର ଖେମୁଡୁ ବୋଲି ଜଣାପଡ଼ିଛି l ଆଜି ବୈପାରୀଗୁଡା ଥାନାରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ପ୍ରେସମିଟରେ ସୂଚନା ଦେଇଛନ୍ତି l ବୈପାରୀଗୁଡା ଅଞ୍ଚଳ ସମେତ କୁନ୍ଦୁରା ଲମତାପୁଟ ନନ୍ଦପୁର ଭଳି ଆଦିବାସୀ ଅଞ୍ଚଳର ଏକ ଶହରୁ ଉର୍ଦ୍ଧ ଲୋକେ ଏହି ନକଲି ଡ୍ରାଇଭିଙ୍ଗ ଲାଇସେନ୍ସର ଠକାମିର ଶିକାର ହୋଇଛନ୍ତି l ଲୋକଙ୍କୁ ବିନା ଟେଷ୍ଟିଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଉଥିଲା ଆଉ ଏଥିପାଇଁ ଅଧିକ ଟଙ୍କା ନେଉଥିଲେ ମୋହେନ୍ଦ୍ର ଖେମୁଡୁ l ହେଲେ ମାଝୀଗୁଡା ଗ୍ରାମର କିଛି ଲୋକଙ୍କ ଲାଇସେନ୍ସ ଅନଲାଇନରେ ସୋ ନକରିବାରୁ ଏହା ନକଲି ହୋଇଥିବା ଭାବି ସେମାନେ ବୈପାରୀଗୁଡା ଥାନାରେ ଅଭିଯୋଗ କରିଥିଲେ l ଏନେଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚଲାଣ କରିଛି l
BREAKING NEWS
- Sunetra Pawar Oath Ceremony: NDA ସରକାରରେ ଯୋଗ ଦେବେ କି ଶରଦ ପାୱାର?, ସୁନେତ୍ରାଙ୍କ ରାଜ୍ୟାଭିଷେକ ନେଇ ଦେଲେ ବଡ଼ ବୟାନ…
- ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ନୀତି ନିର୍ଘଣ୍ଟ: ଜାଣନ୍ତୁ କେଉଁ ସମୟରେ ଉଠିବ ମହାଦୀପ…
- ଫେବୃଆରୀ ୨ ଯାଏଁ ରାଜ୍ୟରେ କୁହୁଡ଼ି ସମ୍ଭାବନା, ୪ ଯାଏଁ ଅଧିକାଂଶ ସ୍ଥାନରେ ବଢିବ ରାତି ତାପମାତ୍ରା
- ସରକାରଙ୍କ ବଡ଼ ଘୋଷଣା: ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ…
- ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲ୍ଲା ପ୍ରଶାସନ
- ୪ ରାଜ୍ୟରେ କରୁଥିଲେ ଅନଲାଇନ ଟ୍ରେଡିଂ ଠକେଇ, ତିନି ଗିରଫ
- ରାଜ୍ୟ ସରକାର ଭୁଲ ତଥ୍ୟ ଦେଇ ବିଶ୍ୱ ବ୍ୟାଙ୍କ ଟିମ୍ ଓ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ବିଜେଡି
- Joranda Mela: ଚଳଚଞ୍ଚଳ ଢେଙ୍କାନାଳ;ଆରମ୍ଭ ହେଉଛି ବିଶ୍ବ ପ୍ରସିନ୍ଧ ଯୋରନ୍ଦା ମେଳା
- Gopalpur Mahotsav: ଗଞ୍ଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପ ଭେଟି;୩୨ କୋଟିରେ ଗୋପାଳପୁର…
- ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ, କାହାରି ବି ଟୋକନ ଲାପ୍ସ ଯିବ ନାହିଁ: ମନ୍ତ୍ରୀ
Comments are closed.