Latest Odisha News

BREAKING NEWS

ନବଜାତର ଜନ୍ମ ପ୍ରମାଣପତ୍ର ସହ ତିଆରି ହେବ ଆଧାର କାର୍ଡ

ନୂଆଦିଲ୍ଲୀ: ନବଜାତ ଶିଶୁଙ୍କ ଜନ୍ମ ପ୍ରମାଣପତ୍ର ସହିତ ଆଧାର ପଞ୍ଜୀକରଣ ସୁବିଧା ଆଗାମୀ କିଛି ମାସ ମଧ୍ୟରେ ସମସ୍ତ ରାଜ୍ୟରେ ଆରମ୍ଭ ହେବ। ବର୍ତ୍ତମାନ ଦେଶର ୧୬ଟି ରାଜ୍ୟରେ ଆଧାର ପଞ୍ଜୀକରଣ ବ୍ୟବସ୍ଥା ରହିଛି। ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଧୀରେ ଧୀରେ ଅନେକ ରାଜ୍ୟ ସାମିଲ ହୋଇଥିଲା। ଏବେ ବାକି ରାଜ୍ୟଗୁଡ଼ିକ ମଧ୍ୟ ଏ ଦିଗରେ ପଦକ୍ଷେପ ନେଉଛନ୍ତି।

ଆସନ୍ତା କିଛି ମାସ ମଧ୍ୟରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ସମସ୍ତ ରାଜ୍ୟରେ ଏହି ସୁବିଧା ଆରମ୍ଭ କରିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ଫଳରେ ଯେଉଁମାନଙ୍କ ଘରେ ପିଲାଟିଏ ଅଛି, ସେମାନଙ୍କ ପାଇଁ ଏହା ସହଜ ହେବ।

୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ବାୟୋମେଟ୍ରିକ୍ ତଥ୍ୟ ସଂଗ୍ରହ କରାଯାଉ ନାହିଁ। ତାଙ୍କ ୟୁଆଇଡିକୁ ତାଙ୍କ ବାପା ମାଆଙ୍କ ୟୁଆଇଡି ସହ ଜଡିତ ଜନସଂଖ୍ୟା ସୂଚନା ଏବଂ ମୁହଁର ଏକ ଫଟୋ ଆଧାରରେ ପ୍ରକ୍ରିୟାକରଣ କରାଯାଇଥାଏ । ତେଣୁ ପିଲାର ବୟସ ୫ ଏବଂ ୧୫ ବର୍ଷ ହୋଇଥିବା ବେଳେ ବାୟୋମେଟ୍ରିକ୍ ଅପଡେଟ୍ ଆବଶ୍ୟକ ହୋଇଥାଏ।

ମିଳିଥିବା ସୂଚନା ଅନୁୟାୟୀ, ଏବେ ଏହାର ଉଦ୍ଦେଶ୍ୟ ହେଉଛି ଯେ, ଜନ୍ମ ପ୍ରମାଣ ପତ୍ର ସହିତ ଶିଶୁର ଆଧାର ମଧ୍ୟ ଜାରି କରାଯାଉ ଏବଂ ଏଥିପାଇଁ ୟୁଆଇଡିଏଆଇ ରେଜିଷ୍ଟ୍ରାର ଜେନେରାଲଙ୍କ ସହ ମିଶି କାମ କରୁଛି।

ସେ କହିଥିଲେ ଯେ ଏହି ପ୍ରକ୍ରିୟାରେ ଜନ୍ମ ପଞ୍ଜୀକରଣ ପାଇଁ କମ୍ପ୍ୟୁଟର ଆଧାରିତ ବ୍ୟବସ୍ଥାର ଆବଶ୍ୟକତା ରହିଛି ଏବଂ ଯେଉଁ ରାଜ୍ୟରେ ଏହା ଉପଲବ୍ଧ ସେଠାରେ ଏହି ସୁବିଧା ଆରମ୍ଭ କରାଯାଉଛି।

୧୬ଟି ରାଜ୍ୟରେ ଯେବେ ବି ଜନ୍ମ ପ୍ରମାଣପତ୍ର ପ୍ରଦାନ କରାଯାଏ, ଏହାର ବାର୍ତ୍ତା ୟୁଆଇଡିଏଆଇ ସିଷ୍ଟମକୁ ପଠାଯାଇଥାଏ। ଏହା ପରେ ପିଲାର ଫଟୋ ଏବଂ ଠିକଣା ଭଳି ସଂପୂର୍ଣ୍ଣ ତଥ୍ୟ ଆସିବା ମାତ୍ରେ ତାଙ୍କର ଆଧାର ନମ୍ବର ତିଆରି ହୋଇଥାଏ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ହଜାରେରୁ ଅଧିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାରେ ହିତାଧିକାରୀଙ୍କ ଚିହ୍ନଟ ଓ ପ୍ରମାଣପତ୍ର, ଲାଭ ହସ୍ତାନ୍ତର ଏବଂ ଡି-ଡୁପ୍ଲିକେସନ୍ ସୁନିଶ୍ଚିତ କରିବା ପାଇଁ ଆଧାରର ବ୍ୟବହାର କରାଯାଉଛି। ସେଥିମଧ୍ୟରୁ ପ୍ରାୟ ୬୫୦ଟି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ୩୧୫ଟି ଯୋଜନାରେ ଆଧାର ଇକୋସିଷ୍ଟମ ଏବଂ ଏହାର ବାୟୋମେଟ୍ରିକ୍ ଅଥେଣ୍ଟିକେସନ୍ ବ୍ୟବହାର କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୩୪ କୋଟି ଆଧାର କାର୍ଡ ଜାରି କରାଯାଇଛି।

Leave A Reply

Your email address will not be published.