ବ୍ରହ୍ମପୁର:ଉତ୍କଳ ଆସୋସିଏସନ୍ ମାଡ୍ରାସ ତରଫରୁ ଚେନ୍ନାଇ ସ୍ଥିତ ଓଡ଼ିଶା ଭବନଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଯୋଗୁ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଥିଲେ। ନବୀନ ବାବୁଙ୍କ କାର୍ଯ୍ୟକଳାପ ଯୋଗୁ ଆଜି ସାରା ବିଶ୍ବରେ ଓଡ଼ିଆଙ୍କୁ ପରିଚୟ ମିଳିପାରିଛି ବୋଲି ସେ କହିଛନ୍ତି। ଉତ୍କଳ ଆସୋସିଏସନ୍ ମାଡ଼୍ରାସର ସଭାପତି ପବିତ୍ର ମୋହନ ମାଝୀ ଯୋଗଦେଇ କହିଥିଲେ ଯେ, ଚେନ୍ନାଇରେ ଓଡ଼ିଆ ଭବନ ନିର୍ମାଣ ପାଇଁ ଦୀର୍ଘ ବର୍ଷର ଦାବି ରହିଥିଲା। ଏହାକୁ ପ୍ରତିଷ୍ଠା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ରହିଛି। ସେ ସର୍ବଦା ପ୍ରବାସୀ ଓଡ଼ିଆଙ୍କ କଥା ଚିନ୍ତା କରିଥାନ୍ତି ବୋଲି ସଭାପତି ମାଝୀ କହିଥିଲେ। ସମ୍ପାଦକ ପ୍ରଭାସ ପତି କୋଭିଡ଼ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସହାୟତା ପ୍ରଦାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବହୁ ପ୍ରବାସୀ ଓଡ଼ିଆ ଯୋଗଦେଇ ବିଶାଳ କେକ୍ କାଟିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
BREAKING NEWS
- Cold Wave: ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା: ଆହୁରି କଲବଲ କରିବ ଥଣ୍ଡା
- ମୋକିମଙ୍କ ବୟାନକୁ ନେଇ ତେଜୁଛି କଂଗ୍ରେସ କନ୍ଦଳ, ଦଳ ଭିତରେ ଛକାପଞ୍ଝା
- ‘ମାଲ୍ୟବନ୍ତ ମହୋତ୍ସବ’ ସ୍ଥଗିତ, ହଟିନି ଇଣ୍ଟରନେଟ୍ କଟକଣା
- ବାଂଲାଦେଶରେ ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ, ଏହି ଦିନ ପଡିବ ଭୋଟ୍…
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡିଶା ମାଷ୍ଟର୍ସ ୨୦୨୫’; ଯୋଗଦେଲେ ମୁଖ୍ୟମନ୍ତ୍ରୀ
- Jajpur Buddhist Tourism: ବିକଶିତ ହେବ ଯାଜପୁରର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର…
- ନବରଙ୍ଗପୁରରେ ୩୫ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
- Road Accident: ବସ ସହ ବାଇକର ମୁହାଁମୁହିଁ ଧକ୍କା, ଅକାଳରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ
- ହୀରାକୁଦ ଓ ସାତକୋଶିଆ ବିକାଶ ପାଇଁ ୧୯୯ କୋଟି ମଞ୍ଜୁର
- କଟକରେ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ଭିଭିପ୍ରସ୍ତର ସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ
Comments are closed.