ବ୍ରହ୍ମପୁର:ଉତ୍କଳ ଆସୋସିଏସନ୍ ମାଡ୍ରାସ ତରଫରୁ ଚେନ୍ନାଇ ସ୍ଥିତ ଓଡ଼ିଶା ଭବନଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଯୋଗୁ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଥିଲେ। ନବୀନ ବାବୁଙ୍କ କାର୍ଯ୍ୟକଳାପ ଯୋଗୁ ଆଜି ସାରା ବିଶ୍ବରେ ଓଡ଼ିଆଙ୍କୁ ପରିଚୟ ମିଳିପାରିଛି ବୋଲି ସେ କହିଛନ୍ତି। ଉତ୍କଳ ଆସୋସିଏସନ୍ ମାଡ଼୍ରାସର ସଭାପତି ପବିତ୍ର ମୋହନ ମାଝୀ ଯୋଗଦେଇ କହିଥିଲେ ଯେ, ଚେନ୍ନାଇରେ ଓଡ଼ିଆ ଭବନ ନିର୍ମାଣ ପାଇଁ ଦୀର୍ଘ ବର୍ଷର ଦାବି ରହିଥିଲା। ଏହାକୁ ପ୍ରତିଷ୍ଠା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ରହିଛି। ସେ ସର୍ବଦା ପ୍ରବାସୀ ଓଡ଼ିଆଙ୍କ କଥା ଚିନ୍ତା କରିଥାନ୍ତି ବୋଲି ସଭାପତି ମାଝୀ କହିଥିଲେ। ସମ୍ପାଦକ ପ୍ରଭାସ ପତି କୋଭିଡ଼ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସହାୟତା ପ୍ରଦାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବହୁ ପ୍ରବାସୀ ଓଡ଼ିଆ ଯୋଗଦେଇ ବିଶାଳ କେକ୍ କାଟିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
BREAKING NEWS
- ଶାହୀ ମସଜିଦ ଭାଙ୍ଗିବା ନେଇ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼
- ଶେୟାର ମାର୍କେଟରେ ହାହାକାର; ଆରମ୍ଭରୁ ୯୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ୬ ଲକ୍ଷ କୋଟି…
- ବିଧାନସଭାରେ ଉଠିଲା ଭେଜାଲ୍ ଛେନା-ପନିର ତାତି: ନିଆଳିରେ ୨୭୫ ବେପାରୀଙ୍କ ନାଁରେ ମାମଲା ରୁଜୁ
- ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ସନ୍ଦେହଜନକ ମୃତ୍ୟୁ: ୪ର୍ଥ ମହଲାରୁ ଖସିପଡ଼ି ପ୍ରାଣ ହରାଇଲେ ରସିକ ଦୁଲାରୀ ଶରଣ
- ମିଠା ଦୋକାନୀଙ୍କ ପାଇଁ ନୂଆ ନିୟମ: ଅକ୍ଟୋବର ୧୫ରୁ ଟ୍ରେ’ରେ ଲେଖିବାକୁ ପଡ଼ିବ ‘ବେଷ୍ଟ ବିଫୋର୍’ ତାରିଖ
- ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଅବପାତ, ୧୨ ଘଣ୍ଟାରେ ନେବ ‘ଗଭୀର ଅବପାତ’ର ରୂପ
- ବାଲେଶ୍ୱରରେ ଭୁଶୁଡ଼ିଲା ବ୍ୟାସକବି ଫକୀରମୋହନଙ୍କ ସ୍ମୃତି ସହ ଜଡ଼ିତ ୩୦୦ ବର୍ଷର ପୁରୁଣା କୋଠା
- ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଇରାନ ଉପରେ ହୋଇପାରେ ସାମରିକ ଆକ୍ରମଣ: ଡୋନାଲ୍ଡ ଟ୍ରମ୍ପ
- ଇରାନୀ ଧର୍ମଗୁରୁଙ୍କ ବଡ଼ ଦାବି: ଧ୍ୱଂସାବଶେଷରୁ ଉଦ୍ଧାର ହେଲେ ମୋଜତବା ଖାମେନେଇ
- ଫୁଲୁଛି ହୀରାକୁଦ, ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

Comments are closed.