Latest Odisha News

ମୋତେ ଜେଲକୁ ପଠାଇ ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ବିଜେପି ଚାହୁଁଛି: ସିସୋଦିଆ

ନୂଆଦିଲ୍ଲୀ: ‘ସିବିଆଇ’ ଅଧିକାରୀଙ୍କ ୯ ଘଣ୍ଟାର ଜେରା ପରେ ସିବିଆଇ ମୁଖ୍ୟାଳୟରୁ ଘରକୁ ଫେରିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ତାଙ୍କୁ ସିବିଆଇ ଫସାଇବାକୁ ଚେଷ୍ଟା କରୁଛି ଏବଂ ଦିଲ୍ଲୀରେ ଫଦ୍ମ ଫୁଟାଇବାକୁ ଚାହୁଁଛି ବିଜେପି ବୋଲି କହିଛନ୍ତି ସିସୋଦିଆ । ସେ ଆହୁରି କହିଛନ୍ତି ଯେ ସିବିଆଇ ଅଫିସରେ କିଛି ସ୍କାମ ବିଷୟରେ ନୁହେଁ ମିଛ କେସରେ ତାଙ୍କ ନାମ ଯୋଡା ଯାଇଛି । ୯ ଘଣ୍ଟାର ଜେରା ବେଳେ  ଏହି ମାମଲାରେ ସେ ସେମିତି ଆଉ କିଛି ଥିବା ଅନୁଭବ କରିନଥିବା କହିଛନ୍ତି । ଏହି ମାମଲାରେ କିଛି ତଦନ୍ତ ସିବିଆଇ କରୁନି ବିଜେପିକୁ ସଫଳତା ଦେବା ପାଇଁ ତଦନ୍ତ କରୁଛି ବୋଲି ଖୋଲାଖୋଲି ଅଭିଯୋଗ ଆଣିଛନ୍ତି ମନିଷ ସିସୋଦିଆ । ଏହା ସହ ତାଙ୍କୁ ଜେରା ବେଳେ ଆପ୍ ଛାଡିଦେବା ପାଇଁ କୁହାଯାଇଥିବା ସିସୋଦିଆ କହିଛନ୍ତି । ଦଳ ନଛାଡିଲେ ତାଙ୍କୁ ଏପରି କେସରେ ଜେରା କରାଯିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ସିସୋଦିଆ ।

ଆସନ୍ତାକାଲି ତାଙ୍କୁ ଜେରା କରାଯିବ କି ନାହିଁ ପ୍ରଶ୍ନରେ ସେ କିଛି ଉତ୍ତର ଦେଇନଥିଲେ । ତେବେ ସିବିଆଇ ତାଙ୍କୁ ପୁଣି ଜେରା କରିବ କି ନାହିଁ ତାହା ସ୍ପଷ୍ଟ କରିନାହିଁ । ଆଜି ସକାଳେ ସିସୋଦିଆଙ୍କୁ ଜେରା ନେଇ ରାଜନୀତି ସରଗରମ ହୋଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଥିଲେ ଆଜି ସିସୋଦିଆଙ୍କୁ ସିବିଆଇ ଗିରଫ କରିବ । ଆପର ଅନେକ ନେତାମଧ୍ୟ କହିଥିଲେ ଯେ ସିସୋଦିଆଙ୍କୁ ଗିରଫ ଆଜି କରିବ ସିବିଆଇ । ତେବେ ସେପରି କିଛି ଆଜି ହୋଇନଥିବା ସ୍ପଷ୍ଟ ହୋଇଛି ।

ଆଜି ଦିବା ୧୧ଟାରେ ‘ସିବିଆଇ’ ମୁଖ୍ୟାଳୟରେ ହାଜର ହେବା ପାଇଁ ସିସୋଦିଆ ବାହାରିଥିଲେ । ସକାଳେ ମଧ୍ୟ ସାମ୍ବାଦିକମାନଙ୍କୁ କହିଥିଲେ ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ରଣନୀତି କରିଛି । ‘‘ ଗୁଜରାଟ ନ ଛାଡ଼ିବା ଲାଗି ସେମାନେ ମତେ ଗିରଫ କରିବାକୁ ଚାହୁଁଛନ୍ତି। ସେଠାରେ ‘ବିଜେପି’ ଭୟଭୀତ ହୋଇଯାଇଛି। ଯେତେ ଥର ମୁଁ ଗୁଜରାଟ ଯାଇଛି, ସେଠାକାର ସ୍କୁଲ୍ ସବୁ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଦେଖିଛି। ଗୁଜରାଟରେ ବିଜେପି ହାରିବ ଜାଣିବା ପରେ ମତେ ଗିରଫ କରିବାକୁ ଚାହୁଁଛି । ସେମାନେ ମତେ ଜେଲ୍‌ରେ ଭର୍ତ୍ତି କଲେ ବି ନିର୍ବାଚନ ଜିଣି ପାରିବେ ନାହିଁ। ଗୁଜରାଟରେ ତାଙ୍କ ଦଳ ଶାସନ କରିବ ବୋଲି କହିଥିଲେ ସିସୋଦିଆ ।

Comments are closed.