ମୁମ୍ବାଇ: ମଙ୍ଗଳବାର ଆର୍ଥାତ୍ ଆଜି ୬ ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦର। ବିମାନବନ୍ଦରର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆଜି ସକାଳ ୧୧ ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ୨ଟି ରନୱେ ବନ୍ଦ ରହିବ। ଏଥିଲାଗି ୬ ଘଣ୍ଟା ପାଇଁ ଏଠାରେ କୌଣସି ବିମାନ ଉଡ଼ାଣ କିମ୍ବା ଅବତରଣ କରିବ ନାହିଁ।
ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଦେଶର ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ମଧ୍ୟରୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ନିରାପଦ ତଥା ନିରବଚ୍ଛିନ୍ନ ରନୱେ କାର୍ଯ୍ୟକୁ ବଜାୟ ରଖିବାରେ ଗର୍ବିତ। କାରଣ ପ୍ରତି ବର୍ଷ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହେ।
ବିମାନବନ୍ଦରର ଉଭୟ ରନୱେ RWY ୧୪/୩୨ ଏବଂ ୦୯/୨୭ ରେ ମରାମତି ସହ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ମୌସୁମୀ ପରେ ରନୱେର ପ୍ରିଭେଣ୍ଟିବ ରକ୍ଷଣାବେକ୍ଷଣ ଅଧୀନରେ ୧୪/୩୨ ପାଇଁ ରନୱେ ଏଜ୍ ଲାଇଟ, ଏଜିଏଲ ଲାଇଟର ଅପଗ୍ରେଡେଶନ ଭଳି ପ୍ରମୁଖ କାର୍ଯ୍ୟ କରାଯିବ। ସେହିପରି CSMIA କହିଛି ଯେ ପ୍ରତିଦିନ ୮୦୦ ରୁ ଅଧିକ ବିମାନ ଅବତରଣ ଏବଂ ବିମାନ ଉଡ଼ାଣ ଭରେ। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କ ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିବର୍ଷ ମୌସୁମୀ ପରବର୍ତ୍ତୀ ରକ୍ଷଣାବେକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଏ।
Comments are closed.