ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଗଞ୍ଜାମ ଜିଲା ଉପରେ ପଡ଼ିବ ନାହିଁ। ତଥାପି ସତର୍କତାମୂଳକ ପଦକ୍ଷେପ ଭାବେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ହେଡକ୍ବାର୍ଟରେ ରହିବାକୁ ନିର୍ଦେଶ ଦେଇଛନ୍ତି। ସମ୍ତ ଛୁଟିକୁ ବାତିଲ୍ କରାଯାଇଛି।
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଶୁକ୍ରବାର ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ଜିଲାପାଳମାନଙ୍କ ସହ ଭିଡ଼ିଓ କନ୍ସଫ୍ରେନ୍ସିଂରେ ଆଲୋଚନା ବେଳେ ଅବଗତ କରାଇଥିଲେ। ଜିଲାପାଳ ପରିଡ଼ା ଏଥିରେ ସାମିଲ ହୋଇଥିଲେ। ଏସଆରସି ଜେନା ସୂଚନା ଦେଇଥିଲେ ଯେ, ବାତ୍ୟା ବାଂଲାଦେଶକୁ ସ୍ଥଳ ଭାଗକୁ ସ୍ପର୍ଶ କରିବ। ଏହା ସମୁଦ୍ର ମଧ୍ୟଦେଇ ଗତି କରିବ। ସମୁଦ୍ର ଅଶାନ୍ତ ରହିବ। ସମୁଦ୍ର ତଟବର୍ତ୍ତି ଜିଲାପାଳମାନେ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲାକୁ ଏହାର ପ୍ରଭାବ ପଡିନପାରେ ବୋଲି କହିଥିଲେ। ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀମାନଙ୍କୁ ସଂପୂର୍ଣ୍ଣ ବାରଣ କରାଯାଇଛି। ତଳିଆ ଅଞ୍ଚଳରେ କିମ୍ବା ମାଟିକାନ୍ଥ ଅବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ଗ୍ରାମପଞ୍ଚାୟତ କୋଠାଘର, ବିଦ୍ୟାଳୟ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇ ଖାଦ୍ୟ ପାନୀୟ ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ଏସଆରସି ଜେନା ନିର୍ଦେଶ ଦେଇଥିଲେ। ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କ ତାଲିକା ଏବଂ ସେମାନଙ୍କ ଯୋଗାଯୋଗ ନମ୍ବର ଦେବାକୁ କୁହାଯାଇଛି। ଯେଉଁ କର୍ମଚାରୀ କିମ୍ବା ଅଧିକାରୀ ବାତ୍ୟା ମୁକାବିଲା ଦାୟିତ୍ବରେ ଥାଇ ପରିଚାଳନାରେ ଅସୁବିଧା ସୃଷ୍ଟି କରିବେ, ସେମାନଙ୍କ ବିରୋଧରେ ଏସଆରସି ଆଇନ୍ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ସମୁଦ୍ର ମଧ୍ୟରେ ନୌକା ନଥିବା ଏବଂ କେହି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାଁନ୍ତି ବୋଲି ଜିଲା ମତ୍ସ୍ୟ ଅଧିକାରୀ ଲିଖିତ ପ୍ରମାଣ ପତ୍ର ଦେବାକୁ ନିର୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲାକୁ ବାତ୍ୟା ସ୍ପର୍ଶ କରିବ ନାହିଁ ବୋଲି କୁହାଯାଇଛି। ତଥାପି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲା ପରିଷଦ ଭି.କିର୍ତ୍ତି ଭାସନ, ପ୍ରୋବେସୋନାରୀ ଆଇଏଏସ ଧୀନା, ଛତ୍ରପୁର ଉପ ଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଜିଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ।
BREAKING NEWS
- Trump slams Emmanuel Macron: ‘ଖୁବ୍ଶୀଘ୍ର ମୁସଲିମ୍ ସହର ହୋଇଯିବ ପ୍ୟାରିସ୍!’ ଫ୍ରାନ୍ସର ଅଶାନ୍ତିକୁ ନେଇ ମାକ୍ରୋନ୍ଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍, ସୀମା ବନ୍ଦ କରିବାକୁ ପରାମର୍ଶ
- Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!
- Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍

Comments are closed.