Latest Odisha News

BREAKING NEWS

ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତ୍ତି 2021 ପାଇଁ ମନୋନୀତ ପ୍ରାର୍ଥୀମାନଙ୍କୁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଧନା

ଭୁବନେଶ୍ବର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଏବଂ ଇଣ୍ଡିଆନ ମେଟାଲ୍କ ଆଣ୍ଡ ଫେରୋ ଆଲୟଜ୍ ଲିମିଟେଡ (ଇମ୍ପା) ଦ୍ବାରା ଉଚ୍ଚଶିକ୍ଷା ପାଇଁ ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତ୍ତି  2021 ପ୍ରାପ୍ତ କରିଥିବା ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଏକ ପୁରସ୍କାର ସମାରୋହର ଆୟୋଜନ କରିଛନ୍ତି ।

ଶିକ୍ଷାବର୍ଷ 2021-22 ପାଇଁ ବିଭିନ୍ନ ବିଷୟରେ ବୃତ୍ତିଗତ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା 6 ଜଣ ମେଧାବୀ ବିଧ୍ୟାର୍ଥୀ ଏହି ସମ୍ମାନଜନକ ଛାତ୍ରବୃତ୍ତି ପ୍ରାପ୍ତ କରିଛନ୍ତି । ମନୋନୀତ ପ୍ରାର୍ଥୀମାନଙ୍କୁ ଶିକ୍ଷାଶୁଳ୍କର 90 ପ୍ରତିଶତ ଏବଂ ଚାରିବର୍ଷରେ ଡିଗ୍ରୀ କୋର୍ସ ପାଇଁ ଉପଯୁକ୍ତ ଖର୍ଚ ପ୍ରଦାନ କରାଯିବ ।

ପ୍ରଫେସର ଘନଶ୍ୟାମ ଦାଶ ଛାତ୍ରବୃତ୍ତି 2021 ପ୍ରାପ୍ତ କରିଥିବା ବିଦ୍ୟାର୍ଥୀମାନେ ହେଲେ ନିମାଇଁ ବିଶ୍ବରଞ୍ଜନ ବେହେରା (ଏମବିବିଏସ) , ଆଦ୍ୟ ରଞ୍ଜନ ସାହୁ (ବିଟେକ), ବିକାଶ ମହାନ୍ତି (ବିଟେକ), ପି ମନୋଜ କୁମାର (ବିଟେକ), ସମ୍ବିତ ମହାନ୍ତି ( ବିଟେକ), ପ୍ରତୀକ କୁମାର ଦାଶ (ବିଟେକ) ।

ଭାରତର କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ବର ଏକ ଦୃଷ୍ଟିକୋଣ ସହିତ ସ୍ବର୍ଗତ ଡକ୍ଟର ବଂଶୀଧର ଓ ସ୍ବର୍ଗତ ଇଲା ପଣ୍ଡାଙ୍କ ଦ୍ବାରା ଏହା ସ୍ଥାପିତ ହୋଇଥିଲା । ସେମାନଙ୍କର ଦର୍ଶନ ବର୍ତ୍ତମାନ ସେମାନଙ୍କ ଉତ୍ତରାଧିକାରୀଙ୍କ ଦ୍ବାରା ଆଦୃତ୍ତ ହୋଇଛି । ସ୍ବର୍ଗତ ଇଲା ପଣ୍ଡାଙ୍କ ପିତା ଇତିହାସବିତ ପ୍ରଫେସର ଘନଶ୍ୟାମ ଦାଶଙ୍କ ସ୍ମୃତିରେ ଇମ୍ଫା ଦ୍ବାରା 2005ରେ ଏହି ସ୍କଲାରସିପର ପ୍ରତିଷ୍ଠା ହୋଇଥିଲା । ପ୍ରଫେସର ଦାଶ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ସ୍ନାତକ ସାରିବା ପରେ ରେଭେନସା ମହାବିଦ୍ୟାଳୟ, ଗଙ୍ଗାଧର ମେହେର ମହାବିଦ୍ୟାଳୟ ଏବଂ ଫକୀର ମୋହନ ମହାବିଦ୍ୟାଳୟ ଇତ୍ୟାଦି ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ଟ୍ରଷ୍ଟୀ ପାରମିତା ପଣ୍ଡା ଏହି ମେଧାବୃତ୍ତି ପ୍ରଦାନ କରିଥିଲେ । ଏହି ଉତ୍ସବରେ ଇମ୍ଫା ସିଇଓ ବିଜୟାନନ୍ଦ ମହାପତ୍ରା, ବିଆଇପିଏଫର  ଭାଇସ ପ୍ରେସିଡେଣ୍ଟ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.