Latest Odisha News

BREAKING NEWS

ବର୍ଷର ଶେଷ ଚନ୍ଦ୍ରଗ୍ରହଣରେ ବିରିଆନି ଖାଇବେ କହିଲେ ହେତୁବାଦୀ, ବର୍ଷିଲେ ଶଙ୍କରାଚାର୍ଯ୍ୟ

ପୁରୀ: ସୂର୍ଯ୍ୟପରାଗ ସମୟରେ ପାକ ନିଷିଦ୍ଧ। ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ଏହି ସମୟରେ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ। ହେତୁବାଦୀ କିନ୍ତୁ ଏପରି ନୀତିକୁ ବିରୋଧ କରି ସୂର୍ଯ୍ୟପରାଗ ସମୟରେ ଚିକେନ୍ ବିରିଆନି ଖାଇବାକୁ ଆମନ୍ତ୍ରଣ କରିଥିଲେ। ଏବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ।

ସେ କହିଛନ୍ତି, ପାକ ନିଷିଦ୍ଧ ସମୟରେ ଯେଉଁମାନେ ଖାଦ୍ୟ ଗ୍ରହଣ କରିଛନ୍ତି ସେମାନଙ୍କୁ ଭୋଜନ ଖାଇଯିବ। ଅକାଳ ପଡିବ। ପେଚା ରାତିରେ ଦେଖିପାରେ ସେମାନେ ପେଚାଠାରୁ ବି ହୀନ ବୋଲି କହିଛନ୍ତି ଜଗଦଗୁରୁ। ହିନ୍ଦୁ ଧର୍ମରେ ଯେଉଁ ନିୟମ ରହିଛି ତାର ଦର୍ଶନଶାସ୍ତ୍ରରେ ଏକ ପ୍ରମାଣ ରହିଛି।ହାଣ୍ଡିଛାଡ ଓ ପାକନିଷେଧର ଯେଉଁ ପରମ୍ପରା ରହିଛି, ଯାହା ଉପରେ ଗୁରୁତ୍ୱ ଦେଇଥାନ୍ତି ଜ୍ୟୋତିଷ ଶାସ୍ତ୍ରୀ।

ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟପରାଗ ସମୟରେ କୌଣସି ପାକ ନିଷିଦ୍ଧ ନୁହେଁ । ଏହା ଏକ ଅନ୍ଧବିଶ୍ୱାସ। ଆମି ବିଜ୍ଞାନକୁ ସମ୍ମତି ଜଣାଇବା ତେଣୁ ଖାଦ୍ୟ ଖାଇବାରେ କୌଣସି ଅସୁବିଧା ନାହିଁ ବୋଲି ହେତୁବାଦୀ କହିଆସୁଛନ୍ତି। ନଭେମ୍ବର ୮ରେ ପଡୁଛି କାର୍ତ୍ତିକ ପୂର୍ଣ୍ଣିମା, ସେହିଦିନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଛି। ଚନ୍ଦ୍ରଗ୍ରହଣରେ ବି ଚିକେନ ବିରିଆନି ଖାଇବେ ବୋଲି କହିଛନ୍ତି ହେତୁବାଦୀ ।

ଯାହାକୁ ନେଇ ଆଜି କଟକ ସିଡ଼ିଏ ସ୍ଥିତ ମର୍କତ ନଗର ଥାନାରେ ହେତୁବାଦୀଙ୍କ ବିରୋଧରେ ଏତଲା ଦେଇଛି ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ। ଏତଲାରେ ହେତୁବାଦୀ ଦେବେନ୍ଦ୍ର ସୁତାର ଓ ପ୍ରତାପ ରଥଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। ହେତୁବାଦୀ ମାନେ ଏପରି କରି ଆଇନ ଶୃଙ୍ଖଳା ଭଙ୍ଗ ଓ ଧର୍ମୀୟ ଚେତନାକୁ ଆଘାତ ଦେଇଥିବା କୁହାଯାଇଛି। ଗତକାଲି ଏ ନେଇ ପୁରୀରେ ମଧ୍ୟ ହେତୁବାଦୀଙ୍କ ବିରୋଧରେ ଏତଲା ହୋଇଥିଲା। ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ପୁରୀ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି।

Comments are closed.