ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନରେ କଥା ହେଲେ
ମୁକ୍ତ ବାଣିଜ୍ୟ ଉପରେ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନରେ କଥା ହୋଇଛନ୍ତି । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ସହ ମୁକ୍ତ ବାଣିଜ୍ୟ ପାଇଁ ଦୁଇ ନେତା ସହମତି ପ୍ରକାଶ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ପ୍ରକାଶ କରିଥିବା ବେଳେ ସୁନକ ମଧ୍ୟ ଟୁଇଟ କରିଛନ୍ତି ।
PM Modi speaks with Rishi Sunak, leaders emphasise early conclusion of balanced Free Trade Agreement
Read @ANI Story | https://t.co/Nu2lEd8X2l#RishiSunak #PMModi #FTA #India #UK pic.twitter.com/ocR2CrBDIp
— ANI Digital (@ani_digital) October 27, 2022
ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ସୁନକଙ୍କ ସହ ଆଜି କଥା ହୋଇ ଖୁସି ଲାଗିଲା । ନୂଆ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲି । ମୁକ୍ତ ବାଣିଜ୍ୟ ଉପରେ କାମ କରିବା ପାଇଁ କଥା ହୋଇଥିବା ଲେଖିଛନ୍ତି ମୋଦି ।
Glad to speak to @RishiSunak today. Congratulated him on assuming charge as UK PM. We will work together to further strengthen our Comprehensive Strategic Partnership. We also agreed on the importance of early conclusion of a comprehensive and balanced FTA.
— Narendra Modi (@narendramodi) October 27, 2022
ମୋଦୀଙ୍କ ଟ୍ୱିଟ ଉପରେ ଋଷି ସୁନକ ପ୍ରତିକ୍ରିୟା ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଋଷି ସୁନକ ଆଶା ସଂଚାର କରିଛନ୍ତି ।
Thank you Prime Minister @NarendraModi for your kind words as I get started in my new role.
The UK and India share so much. I'm excited about what our two great democracies can achieve as we deepen our security, defence and economic partnership in the months & years ahead. pic.twitter.com/Ly60ezbDPg
— Rishi Sunak (@RishiSunak) October 27, 2022
ଦୁଇ ଦେଶ ମଧ୍ୟରେ ଅନେକ ଦିନ ଧରି ମୁକ୍ତ ବାଣିଜ୍ୟ ପାଇଁ ଆଲୋଚନା ଚାଲିଛି ତେବେ ଆଗାମୀ ଦିନରେ ଏହା ଉପରେ କିଛି ନିଷ୍କର୍ସ ବାହରି ପାରେ ବୋଲି ଦୁଇ ନେତା ସହମତି ପ୍ରକାଶ କରିଛନ୍ତି ।
Comments are closed.