Latest Odisha News

BREAKING NEWS

ୟୁଏନଏସସି ବୈଠକରେ ପାକିସ୍ତାନ ଆତଙ୍କବାଦୀର ଅଡ଼ିଓ ଶୁଣାଇଲା ଭାରତ

ମୁମ୍ବାଇ: ମୁମ୍ବାଇର ତାଜ ହୋଟେଲରେ ଚାଲିଛି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ଆତଙ୍କବାଦ ଉପରେ ଆଲୋଚନା । ଏହି ବୈଠକରେ ଭାରତ ପାକିସ୍ତାନର ଆତଙ୍କବାଦୀ ଚେହେରାକୁ ପଦାରେ ପକାଇଛି । ମୁମ୍ୱାଇରେ ୨୦୦୮ ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସାଜିଦ ମୀରର ଅଡ଼ିଓ କ୍ଲିପ୍‌କୁ ସମସ୍ତଙ୍କୁ ଶୁଣାଇ ପାକିସ୍ତାନର ଦୋମୁହାଁ ନୀତିକୁ ପଦାରେ ପକାଇଛି । ବୈଦେଶିକ ମନ୍ତ୍ରୀ ମଧ୍ୟ ଆତଙ୍କବାଦୀ ବିଶ୍ବ ଶାନ୍ତି ପାଇଁ ବଡ଼ ବିପଦ ବୋଳି କହିଥିଲେ । ମାନବିକତା ପାଇଁ ଆତଙ୍କବାଦର ସ୍ଥାନ ନାହିଁ । ଆତଙ୍କବାଦୀଙ୍କ ପାଇଁ ଯେଉଁ କ୍ଷତି ହେଉଛି ତାହା ଭରଣା କରାଯାଇପାରିବ ନାହିଁ ବୋଲି ସେ କହିଥିଲେ ।

 

ଭାରତ ପକ୍ଷରୁ କୁହାଯାଇଛି ଆତଙ୍କବାଦୀମାନେ ସବୁ ଦେଶ ପାଇଁ ବିପଦ । କିନ୍ତୁ କିଛି ରାଷ୍ଟ୍ର ଆତଙ୍କବାଦୀର କାରଖାନା ବନିଛନ୍ତି । ସେମାନଙ୍କୁ ସହଯୋଗ କରୁଛନ୍ତି । ହାଫିଜ ସଇଦ , ଜକି-ଉର-ରହମାନ ଲଖଭି , ସାଜିଦ ମୀର , ଅବଦୁଲ ଅଲ କାଫା , ଅବଦୁଲ ଅଜିଜ୍ ଆଦି ଆତଙ୍କବାଦୀମାନେ ୨୬/୧୧ର ଆତଙ୍କୀ ହମଲାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । କିନ୍ତୁ ସେମାନେ ଏବେ ପାକିସ୍ତାନରେ ଅଛନ୍ତି । ଏପରିକି ପାକିସ୍ତାନରେ ଥାଇ ଆତଙ୍କୀ ସାଜିଦ୍ ମୀର କରିଥିବା ଫୋନର ଟେପକୁ ଭାରତ ଉପସ୍ଥିତ ରାଷ୍ଟ୍ରର ପ୍ରତିନିଧିଙ୍କୁ ଶୁଣାଇଛି ।

କିଛି ଆତଙ୍କବାଦୀଙ୍କୁ ୟୁଏନଏସସିର ବ୍ଲାକ୍‌ଲିଷ୍ଟିଂ ଉପରେ ରୋକ ଲଗାଇବା ପାଇଁ କିଛି ରାଷ୍ଟ୍ର ଚେଷ୍ଟା କରୁଥିବା ମଧ୍ୟ ଭାରତ ଅଭିଯୋଗ କରିଛି । ନାମ ନନେଇଥିବାବେଳେ ଚୀନ ହିଁ ଏଭଳି କାର‌୍ୟ୍ୟ ହିଁ କରୁଥିବା ସୂଚାଇଛି ଭାରତ । କାରଣ ୫ ଥର ଏପରି କରିଚି ଚୀନ ।

Comments are closed.