Latest Odisha News

BREAKING NEWS

ରେଳ ବଜେଟରେ ଓଡିଶାକୁ ଏଥର ସର୍ବାଧିକ ଅନୁଦାନ

ଭୁବନେଶ୍ୱର : ୨୦୧୯-୨୦ ଆର୍ଥୀକ ବର୍ଷ ବଜେଟରେ ବୁଧବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାକୁ ସର୍ବାଧିକ ୫୯୯୩ କୋଟି ଟଙ୍କାର ରେଳ ଅନୁଦାନ ପ୍ରଦାନ କରାଯାଇଛି ।

ଅନ୍ତରୀଣ ବଜେଟରେ ପ୍ରାୟ ୫,୯୪୦ କୋଟି ଟଙ୍କା ଅନୁମୋଦନ କରାଯାଇଥିଲା । ସୂଚନାଯୋଗ୍ୟ, ଗତବର୍ଷ ଏହି ବଜେଟ୍ ୫୨୫୨ କୋଟି ଟଙ୍କାରେ ସୀମିତ ରହିଥିଲା।

ରେଳ ବଜେଟରେ ଓଡିଶାକୁ କେଉଁ ପ୍ରକଳ୍ପ ଲାଗି କେତେ ଅନୁଦାନ ମିଳିଲା:-
  • ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଲାଗି ୩୫୦ କୋଟି
  • ଅନୁଗୁଳ-ସୁକିନ୍ଦା ରେଳ ଲାଇନ ଲାଗି ୨୫୦ କୋଟି
  • ହରିଦାସପୁର-ପାରାଦ୍ୱୀପ ରେଳ ଲାଇନ ଲାଗି ୪୦୦ କୋଟି
  • ତାଳଚେର-ବିମଳାଗଡ଼ ରେଳ ଲାଇନ ଲାଗି ୧୫୦ କୋଟି
  • ଜୟପୁର-ମାଲକାନଗିରି ରେଳ ଲାଇନ ଲାଗି ୭୦ କୋଟି
  • ଜୟପୁର-ନବରଙ୍ଗପୁର ରେଳ ଲାଇନ ଲାଗି ୧୦ କୋଟି
  • କୋରାପୁଟ-ସିଙ୍ଗାପୁର ରୋଡ଼୍ ରେଳ ଲାଇନ ଲାଗି ୨୦୫ କୋଟି ଟଙ୍କା
  • ସମ୍ବଲପୁର-ତାଳଚେର ଡବଲ ରେଳ ଲାଇନ ଲାଗି ୨୪୯ କୋଟି
  • ସମ୍ବଲପୁର-ଟିଟିଲାଗଡ଼ ଡବଲ ରେଳ ଲାଇନ ଲାଗି ୧୭୦ କୋଟି
  • ଭଦ୍ରକ-ନିର୍ଗୁଣ୍ଡି ୩ୟ ରେଳ ଲାଇନ ଲାଗି ୮୬ କୋଟି
  • ବିଜୟନଗରମ୍-ସମ୍ବଲପୁର ୩ୟ ରେଳ ଲାଇନ ଲାଗି ୩୫୦ କୋଟି
  • କଳାହାଣ୍ଡିରେ ଲୋକୋମୋଟିଭ୍ ୱାର୍କସପ୍ ଲାଗି ୧ କୋଟି ଟଙ୍କା ଅନୁମୋଦନ ହୋଇଛି ।
Leave A Reply

Your email address will not be published.