ନୂଆପଡା : ଅଭିଯୁକ୍ତ ମାନଙ୍କ ପ୍ରତି ପୋଲିସ ଦେଖାଉଛି ଅନୁକମ୍ପା। ପ୍ରତିବାଦରେ ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷାଙ୍କ ସହ ମୋଙ୍ଗରାପାଳିବାସୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖରିଆର ରୋଡ଼ରେ ଦିନକୁ ଦିନ ଜୁଆ, ସଟା, ଚୋରି ଡକାୟତ ସହ ମଦ ଗଞ୍ଜେଇର କାରବାର ବଢିବାରେ ଲାଗିଛି । ବାରମ୍ବାର ପୋଲିସ ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ ପୋଲିସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉନଥିବା ଆନ୍ଦୋଳନ କାରୀ ମାନେ ଅଭିଯୋଗ କରିଛନ୍ତି । ଅନେକ ଚୋରି ଡକାୟତି ଯୁବକଙ୍କୁ ଲୋକେ କାବୁ କରି ପୋଲିସକୁ ଖବର ଦେଇଥିଲେ ମଧ୍ୟ ଏହା ଆମର କାମ ନୁହେଁ ଅଧ୍ୟକ୍ଷାଙ୍କୁ କୁହ ବୋଲି ପୋଲିସ ଅଭିଯୋଗ କରିଛନ୍ତି । ଯଦି ଅସାମାଜିକ କାମ ପାଇଁ ଅଧ୍ୟକ୍ଷ ଦାୟୀ ତେବେ ପୋଲିସର କାମ କଣ ବୋଲି ଲୋକ ପ୍ରଶ୍ନ କରିଛନ୍ତି । ଘଟଣା ସ୍ଥଳରେ ନୂଆପଡା ଅତିରିକ୍ତ ଏସପି ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
BREAKING NEWS
- ଖଣି ଲିଜ୍ଧାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଉତ୍ପାଦନ ବୃଦ୍ଧି କରନ୍ତୁ
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
Comments are closed.