ନୂଆପଡା : ଅଭିଯୁକ୍ତ ମାନଙ୍କ ପ୍ରତି ପୋଲିସ ଦେଖାଉଛି ଅନୁକମ୍ପା। ପ୍ରତିବାଦରେ ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷାଙ୍କ ସହ ମୋଙ୍ଗରାପାଳିବାସୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖରିଆର ରୋଡ଼ରେ ଦିନକୁ ଦିନ ଜୁଆ, ସଟା, ଚୋରି ଡକାୟତ ସହ ମଦ ଗଞ୍ଜେଇର କାରବାର ବଢିବାରେ ଲାଗିଛି । ବାରମ୍ବାର ପୋଲିସ ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ ପୋଲିସ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉନଥିବା ଆନ୍ଦୋଳନ କାରୀ ମାନେ ଅଭିଯୋଗ କରିଛନ୍ତି । ଅନେକ ଚୋରି ଡକାୟତି ଯୁବକଙ୍କୁ ଲୋକେ କାବୁ କରି ପୋଲିସକୁ ଖବର ଦେଇଥିଲେ ମଧ୍ୟ ଏହା ଆମର କାମ ନୁହେଁ ଅଧ୍ୟକ୍ଷାଙ୍କୁ କୁହ ବୋଲି ପୋଲିସ ଅଭିଯୋଗ କରିଛନ୍ତି । ଯଦି ଅସାମାଜିକ କାମ ପାଇଁ ଅଧ୍ୟକ୍ଷ ଦାୟୀ ତେବେ ପୋଲିସର କାମ କଣ ବୋଲି ଲୋକ ପ୍ରଶ୍ନ କରିଛନ୍ତି । ଘଟଣା ସ୍ଥଳରେ ନୂଆପଡା ଅତିରିକ୍ତ ଏସପି ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
BREAKING NEWS
- ମୋଦିଙ୍କ ମିଶନ କଶ୍ମୀର: ଟାର୍ଗେଟରେ କଂଗ୍ରେସ-ଏନସି ମେଣ୍ଟ
- ପେଜର ଆଟାକ୍: ଇସ୍ରାଏଲର ‘ସାଇକୋଲୋଜିକାଲ ୱାର୍’
- ଡୁନ୍ ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଷଡଯନ୍ତ୍ର, ଟ୍ରାକରେ ଥିଲା ଲୁହା ରଡ୍
- ଓଡିଶା ଆଥଲେଟିକ୍ସ ଚାମ୍ପିୟନଶିପ: ୪ ନୂଆ ମିଟ ରେକର୍ଡ
- ରାଜ୍ୟରେ ବିଜେପି ସରକାରଙ୍କ ୧୦୦ ଦିନ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
- ନାଇଡୁଙ୍କ ଅଭିଯୋଗ କ’ଣ ସତ?
- ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ: ହୃଦାନନ୍ଦଙ୍କୁ ଡବଲ ପଦକ
- ଆସିଲା ଲ୍ୟାବ ରିପୋର୍ଟ, ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି
- ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ: ନିଜ ସହ ଅନ୍ୟକୁ ସଚେତନ କରାଇବାକୁ ପରାମର୍ଶ
- ବାତିଲ୍ ହେଲା ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍
Comments are closed.