ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପ୍ରୋ ଲିଗର ରବିବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଭାରତ ୨-୩ ଗୋଲରେ ସ୍ପେନ ନିକଟରୁ ହାରି ଯାଇଛି । ଏହି ମୁକାବିଲା ଶେଷ ମିନିଟ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ୧୬ତମ ମିନିଟରେ ଇଡୁଆର୍ଡ ଡେ ଇଗ୍ନାସିଓ ସ୍ପେନ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ । ୨୬ତମ ମିନିଟରେ ହରମନପ୍ରୀନ ସିଂଙ୍କ ଗୋଲ ବଳରେ ଭାରତ ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣିଥିଲା । ମିରାଲେସ ମାର୍କ ୨୬ତମ ମିନିଟରେ ସ୍ପେନକୁ ପୁନର୍ବାର ୨-୧ରେ ଅଗ୍ରଣୀ କରାଇଥିଲେ । ଶେଷ କ୍ୱାର୍ଟରରେ ମ୍ୟାଚ ରୋମାଂଚକ ପୂର୍ଣ୍ଣ ହୋଇ ଉଠିଥିଲା ।
୫୪ତମ ମିନିଟରେ ଅଭିଷେକ ଗୋଲ କରି ମ୍ୟାଚକୁ ୨-୨ ସମାନ ସ୍ଥିତିକୁ ଆଣିଥିଲେ । ତେବେ ଭାରତର ଖୁସି ବେଶୀ ସମୟ ରହି ନ ଥିଲା । ଏହାର ୨ ମିନିଟ ପରେ ରେୟନେ ମାର୍କ ଗୋଲ କରି ସ୍ପେନକୁ ୩-୨ରେ ଜିତାଇବା ସହ ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲେ । ପୂର୍ବରୁ ଭାରତ ତାର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା ।
Comments are closed.