Latest Odisha News

ବିଶ୍ୱକପ୍ ପରାଜୟରେ ମର୍ମାହତ ହୋଇ ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟା

ଭବାନୀପାଟଣା : ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବାପରେ ଅନେକ କ୍ରୀଡାପ୍ରେମୀ ମର୍ମାହତ ହୋଇପଡିଥିଲେ ।

ଭାରତର ଏଭଳି ପରାଜୟ ପରେ କଳାହାଣ୍ଡିର ଜଣେ ଯୁବ କ୍ରିକେଟ୍ ପ୍ରେମୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନାନୁଯାୟୀ ବୁଧବାର ଦିନ ନ୍ୟୁଜିଲାଣ୍ଡ ଦଳ ଠାରୁ ଭାରତ ହାରିବା ପରେ ଗୋଲମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସିଙ୍ଗବାଡି ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଆହୁରି ମଧ୍ୟ ଭାରତ ଜିତିବା ନେଇ ସେ ତାଙ୍କ ସାଙ୍ଗଙ୍କ ସହ ବେଟ୍ ଲଗାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଏସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଧର୍ମଗଡ ସବ-ଡିଭିଜନ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ଭବାନୀପାଟଣାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

Comments are closed.