Latest Odisha News

BREAKING NEWS

ପାଟକୁରା ନିର୍ବାଚନ: ଏଥର ବିଜେପି ଓ ବିଜେଡ଼ି ଲାଗି ପ୍ରଚାର କରିବେ ହେଭିୱେଟ୍ ନେତା ଓ ଅଭିନେତା

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୦ରେ ହେବାକୁ ଥିବା ପାଟକୁରା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଏହି ଅବସରରେ ପ୍ରଚାର ଲାଗି ଉଭୟ ବିଜେଡି ଓ ବିଜେପି ନିଜ ନିଜର ତାରକା ଖଚିତ ପ୍ରଚାରକଙ୍କ ସହ ଏକପ୍ରକାର ପ୍ରସ୍ତୁତ ହୋଇପଡିଲାଣି ।

ଉଭୟ ଦଳ ଗୁରୁବାର ଦିନ ନିଜର ଷ୍ଟାର କ୍ୟାମ୍ପେନରଙ୍କ ନାମ ଘୋଷଣା କରିଛନ୍ତି ।

ଶାସକ ଦଳ ତଥା ବିଜେଡି ଏଥର ବହୁ ତାରକା ଖଚିତ ଷ୍ଟାର କ୍ୟାମ୍ପେନରମାନଙ୍କୁ ନିର୍ବାଚନ ପ୍ରଚାରକୁ ଓହ୍ଲାଇବା ଲାଗି ନିଷ୍ପତ୍ତି ନେଇଛି ।

ଏହି ଷ୍ଟାର କାମ୍ପେନରଙ୍କ ମଧ୍ୟରେ ରହିଛନ୍ତି ନବୀନ ପଟ୍ଟନାୟକ, ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ଶଶି ଭୂଷଣ ବେହେରା, ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ପାଣିଗ୍ରାହୀ, ସଞ୍ଜୟ ଦାସବର୍ମା, ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାଶ, ସମୀର ରଞ୍ଜନ ଦାଶ, ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ରାଜେନ୍ଦ୍ର ସାହୁ, ସାରଦା ନାୟକ, ଚନ୍ଦ୍ରସାରଥି ବେହେରା, ପ୍ରଣବ ବଳବନ୍ତରାୟ, ଅରବିନ୍ଦ ଢାଲି, ଉମାକାନ୍ତ ସାମନ୍ତରାୟ, ଅନନ୍ତ ଜେନା, ବ୍ୟୋମକେଶ ରାୟ, ବ୍ରଜ କିଶୋର ପ୍ରଧାନ, ଅଶୋକ କୁମାର ବଳ, ଦେବୀ ରଞ୍ଜନ ତ୍ରିପାଠୀ, ବିକ୍ରମ ପଣ୍ଡା, ସୁଧୀର ସାମଲ, ଲତିକା ପ୍ରଧାନ, ସୌଭିକ ବିଶ୍ୱାଳ, ଆୟୁବ ଖାନ, ମୁଜିବୁଲ୍ଲା ଖାନ୍, ସୁବାସ ସିଂ, ମୀନତି ବେହେରା, ସ୍ୱେତା ସ୍ନିଗ୍ଧା ମିଶ୍ର, ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, କୁନା ତ୍ରିପାଠୀ ଓ ଅରିନ୍ଦମ ରାୟ ପ୍ରମୁଖ ନିର୍ବାଚନ ପ୍ରଚାରର ମଙ୍ଗ ଧରିବେ ।

ସେହିପରି ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି ।

ଏହି ଷ୍ଟାର କ୍ୟାମ୍ପେନରଙ୍କ ମଧ୍ୟରେ ରହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମ୍, ଅରୁଣ ସିଂହ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ବିଶ୍ୱଭୂଷଣ ହରିଚନ୍ଦନ, କେଭି ସିଂହଦେଓ, ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ସମ୍ବିତ ପାତ୍ର, ମନମୋହନ ସାମଲ, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ପ୍ରଦୀପ ନାୟକ, ବିଷ୍ଣୁ ସେଠୀ, ସମୀର ଦେ, ମୋହନ ମାଝି, ସୁରମା ପାଢୀ, ସମୀର ମହାନ୍ତି, ଖାରବେଳ ସ୍ୱାଇଁ, ରୁଦ୍ର ନାରାୟଣ ପାଣି, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ପ୍ରଭାତି ପରିଡ଼ା, ଠାକୁର ରଣଜିତ ଦାସ, ରଘୁନାଥ ମହାନ୍ତି, ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମଦନ ମୋହନ ଦତ୍ତ, ସୁକାନ୍ତ ନାୟକ, ଜୟନ୍ତ ଷଡ଼ଙ୍ଗୀ, ମୁକେଶ ମହାଲିଙ୍ଗ, ନାଉରୀ ନାୟକ, ହରି ମହାପାତ୍ର, ଶ୍ରୀତମ ଦାସ, ଅନୁ ଚୌଧୁରୀ ଓ ପିଙ୍କି ପ୍ରଧାନ ପ୍ରମୁଖ ।

Leave A Reply

Your email address will not be published.