Latest Odisha News

BREAKING NEWS

ପ୍ରଥମ ଓଡ଼ିଆ: ଏନଏମଏର ଅଧ୍ୟକ୍ଷ ଭାବେ ପ୍ରଫେସର କିଶୋର କୁମାର ବାସା ନିଯୁକ୍ତ

ଭୁବନେଶ୍ୱର:  ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ତଥା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା।କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏହି ନିଯୁକ୍ତି ପ୍ରଦାନ କରିଛି। ଏବେ ଏନ୍‌ଏମ୍‌ଏ ଅଧ୍ୟକ୍ଷ ଡ. ସଚ୍ଚିଦାନନ୍ଦ ଯୋଶୀ ରହିଛନ୍ତି।

ଉଲ୍ଲେଯୋଗ୍ଯ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, କୋଣାର୍କ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରକୁ ନେଇ ଏନଏମଏର ଭୂମିକା ବିବାଦୀୟ ରହିଛି। ଏପରି ସ୍ଥିତିରେ ଏନ୍‌ଏମ୍‌ଏର ନୂଆ ଅଧ୍ୟକ୍ଷ ଜଣେ ଓଡିଆଙ୍କୁ ଏହି ଏତେ ବଡ ଦାୟିତ୍ୱ ମିିିିଳିଛି।

ବାସା ୧୯୭୩ ମସିହାରେ ଓଡିଶାରେ ମାଟ୍ରିକ୍ ପରୀକ୍ଷାରେ ଟପ୍ପର ହୋଇଥିଲେ। ୧୯୭୭ରେ ଉତ୍କଳ ବିଶ୍ବବିଦ୍ୟାଳୟରେ ବି.ଏ. ଇତିହାସ (ଅନର୍ସ)ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ହୋଇ ପ୍ରଫେସର ଘନଶ୍ୟାମ ଦାଶ ସ୍ମାରକୀ ସ୍ୱର୍ଣ୍ଣ ପଦକ ପାଇଥିଲେ।  ପରେ ୧୯୯୧ରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ସେ ତାଙ୍କର ପିଏଚଡି କରିଥିଲେ। ସେ ୧୯୯୯-୨୦୦୦ ମସିହାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ।

ପ୍ରଫେସର ବାସା ଉତ୍କଳ ବିଶ୍ବବିଦ୍ୟାଳୟର ଆନ୍ଥ୍ରପଲୋଜି ବା ନୃତତ୍ତ୍ବ ବିଭାଗର ପୂର୍ବତନ ମୁଖ୍ୟ ଥିଲେ। ୧୯୮୦ ମସିହାରୁ ସେ ପ୍ରତ୍ନତାତ୍ତ୍ୱିକ ଓ ସଙ୍ଗ୍ରହାଳୟ ଅଧ୍ୟୟନରେ ପାଠ ପଢାଇ ଆସୁଛନ୍ତି।

Comments are closed.