ମୁମ୍ବାଇ: ମହାରାଷ୍ଟ୍ର ଅନ୍ଧେରୀ ଇଷ୍ଟ (ପୂର୍ବ) ଉପନିର୍ବାଚନରେ ଉଦ୍ଧବ ଗୋଷ୍ଠୀର ପ୍ରାର୍ଥୀ ରିତୁଜା ଲଟକେ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ଦଳର ସଭାପତି ଉଦ୍ଧବ ଠାକରେ କହିଛନ୍ତି ଯେ ଅନ୍ଧେରୀ ପୂର୍ବ ବିଧାନସଭା ଆସନକୁ ଉପ-ନିର୍ବାଚନରେ ରିତୁଜା ଲଟେଙ୍କ ବିଜୟ ଦର୍ଶାଉଛି ଯେ ଲୋକମାନେ ଶିବସେନାକୁ ସମର୍ଥନ କରୁଛନ୍ତି। ଏହି ନିର୍ବାଚନରେ ଉଦ୍ଧବ ବାଲାସାହେବ ଠାକରେ ଦଳର ପ୍ରାର୍ଥୀ ରିତୁଜା ଲଟକେଙ୍କ ପ୍ରାର୍ଥୀଙ୍କୁ ଏନସିପି ଏବଂ କଂଗ୍ରେସ ସମର୍ଥନ କରିଥିଲା।
ଉଦ୍ଧବ ଠାକରେ କହିଛନ୍ତି, ‘ଏହା ଏକ ଯୁଦ୍ଧର ଆରମ୍ଭ। କେବଳ ଦଳୀୟ ଚିହ୍ନ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଲୋକମାନେ ଚରିତ୍ର ମଧ୍ୟ ଦେଖନ୍ତି। ଉପନିର୍ବାଚନ ଫଳାଫଳ ଦର୍ଶାଉଛି ଏଠାରେ ଲୋକମାନେ ଆମକୁ ସମର୍ଥନ କରୁଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରି ଉଦ୍ଧବ ଠାକରେ କହିଛନ୍ତି ଯେ ଏହି ବିଜୟ ଆଗକୁ ହେବାକୁ ଥିବା ରାଜନୈତିକ ଯୁଦ୍ଧର ଏକ ଅଂଶ। ଭବିଷ୍ୟତର ସମସ୍ତ ମୁକାବିଲା ପାଇଁ ମିଳିତ ଭାବରେ ଲେଢେଇ କରିବାକୁ ସେ ଶିବସୈନିକଙ୍କୁ ନିବେଦନ କରିଛନ୍ତି। ଏହି ନିର୍ବାଚନ ପାଇଁ ଆମ ଦଳର ନାମ ଏବଂ ଦଳୀୟ ଚିହ୍ନ ବ୍ୟବହାର ଉପରେ ରୋକ୍ ଲଗାଯାଇଥିଲା, କିନ୍ତୁ ଯେଉଁମାନେ ଏହି ଚିହ୍ନ ଚାହୁଁଥିଲେ ସେମାନେ ନିର୍ବାଚନରେ ହାରିଛନ୍ତି। ସେହିପରି ଏକନାଥଙ୍କ ସମର୍ଥକ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଶେଷ ମୁହୂର୍ତ୍ତରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରତ୍ୟାହାର କରିଛି ବିଜେପି। ପରାଜୟ ସୁନିଶ୍ଚିତ ଜାଣି ଏପରି କରିବାକୁ ବାଧ୍ୟ ହୋଇଛି ବିଜେପି।
ଉଲ୍ଲେଖଯୋଗ୍ଯ, ଏହି ନିର୍ବାଚନ ଆଗାମୀ 2024 ସାଧାରଣ ନିର୍ବାଚନ ପୂର୍ବର ଏକ ପ୍ରତୀକ ବୋଲି କୁହାଯାଉଛି। ଏବେର ରାଜନୈତିକ ସମୀକରଣ ଅନୁଯାୟୀ ବିଜେପି ଭଳି ଦେଶର ଏକ ବଡ ପାର୍ଟିର ବିଜୟ ଧାରାରେ ବ୍ରେକ ଲଗାଇବାକୁ ଏକାଠି ହୋଇପାରନ୍ତି ବିରୋଧୀ
। ଏଥିପାଇଁ ଅନେକ ପ୍ରୟାସ ମଧ୍ୟ ହେଉଛି। ଯାହାର ନମୁନା ଅନ୍ଧେରୀ ଇଷ୍ଟର ଉପନିର୍ବାଚନ। ଯେଉଁଠି ବିଜେପି-ଏକନାଥ ଗୋଷ୍ଠୀର ପ୍ରାର୍ଥୀଙ୍କ ବିରୋଧରେ ଏକାଠି ହୋଇଥିଲେ ଅନ୍ୟ ସମସ୍ତ ଦଳ।
Comments are closed.