ବାଲେଶ୍ୱର: କାଳିଆ ଦର୍ଶନ ପାଇଁ କାରରେ ପୁରୀ ଆସୁଥିଲେ ପଶ୍ଚିମବଙ୍ଗରୁ। ହେଲେ ବାଲେଶ୍ୱର ଜିଲ୍ଲା ଶିମୁଳିଆ ଥାନା ଅନ୍ତର୍ଗତ ତାରିଣୀ ଛକରେ କାରଟି ଦୁର୍ଘଟଣା ଶିକାର ହୋଇଛି। ସକାଳ ୬ ରୁ ୬.୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏକ ତେଲ ଟାଙ୍କି ଟ୍ରକଟି ଧକ୍କା ଦେବାରୁ କାରଟି ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ଶଙ୍କର ରାଓ ଏବଂ ତାଙ୍କ ପତ୍ନୀ ପାର୍ବତୀ ରାଓ ବୋଲି ଜଣାପଡିଛି।
ସୂଚନାନୁସାରେ, ଦୁଇଟି ଗାଡିରେ ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିଲେ ଯାତ୍ରୀମାନେ। ଏହି ସମୟରେ ତେଲ ଟ୍ୟାଙ୍କରଟି ଏକ ଏସୟୁଭି କାରକୁ ଧକ୍କା ଦେଇଥିଲା। ଏଥିରେ କାର ଡ୍ରାଇଭରଙ୍କ ସମେତ ତିନି ଜଣଙ୍କର ପର୍ୟ୍ୟାୟକ୍ରମେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ସୋରୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ତେଲ ଟ୍ୟାଙ୍କରଟି ରାସ୍ତାରେ ଆସୁଥିଲା। ଏହି ସମୟରେ ଟ୍ରକର ଚକ୍କା ଫାଟିଯାଇଥିଲା। ତେଣୁ ନିୟନ୍ତ୍ରଣ ହରାଇବାରୁ ପାଖରେ ଯାଉଥିବା ଏସୟୁଭି କାରଟିକୁ ଧକ୍କା ଦେଇଥିଲା। ଏଥିରେ ଏସୟୁଭି କାରଟି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାରର ଡ୍ରାଇଭର ସମେତ ଆଉ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ସୋରୋ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ସାମୟିକ ସମୟ ପାଇଁ ରାସ୍ତା ଜାମ ହୋଇଯାଇଥିଲା। ପରେ ପୋଲିସ ଆସି ରାସ୍ତାରୁ ସ୍ୱାଭାବିକ କରିଛି।
Comments are closed.