ପାଟନା: ଚଳିତ କୁଚବିହାର ଟ୍ରଫି କ୍ରିକେଟରେ ବିହାର ବିପକ୍ଷରେ ବିଜୟ ହାସଲ ପାଇଁ ଓଡିଶାକୁ ମଙ୍ଗଳବାର ୯ଟି ୱିକେଟର ଆବଶ୍ୟକତା ରହିଛି । ୨୭୬ ରନର ଟାର୍ଗେଟକୁ ପିଛା କରି ବିହାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ ବିନିମୟରେ ୩୯ ରନ ସଂଗ୍ରହ କରିଛି । ସେହିପରି ବିଜୟ ପାଇଁ ବିହାରକୁ ଆଉ ୨୩୮ ରନର ଆବଶ୍ୟକତା ରହିଛି । ପ୍ରଥମ ଇନିଂସରେ ଓଡିଶା ଶ୍ରେୟାଂଶ ଭରଦ୍ୱାଜଙ୍କ ୯୫ ଓ ଅଂଶୁମାନ ସାହୁଙ୍କ ୫୩ ରନ ସହାୟତାରେ ୨୬୫ ରନ କରିଥିଲା । ଜବାବରେ ବିହାର ପ୍ରଥମ ଇନିଂସରେ ଓଡିଶା ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୧୯୧ ରନରେ ଅଲଆଉଟ ହୋଇ ଯାଇଥିଲା ।
ଆଶୁତୋଷ ମାରାଣ୍ଡି ୪୭ ରନରେ ୬ଟି ୱିକେଟ ଅକ୍ତିଆର କରିଥିଲେ । ବିହାର ପକ୍ଷରୁ ହର୍ଷତ ୭୫ ରନ କରିଥିଲେ । ପ୍ରଥମ ଇନିଂସରେ ଓଡିଶା ୭୪ ରନର ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୨୦୨ ରନ କରିଥିଲା । ଅଧିନାୟକ ସାଇଦୀପ ମହାପାତ୍ର ୭୨ ଓ ଆଶୀର୍ବାଦ ସ୍ୱାଇଁ ୪୧ରନର ଇନିଂସ ଖେଳିଥିଲେ ।
Comments are closed.