Latest Odisha News

BREAKING NEWS

୨୦ ଦିନର ଅସୁସ୍ଥ ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କଲା ମା’

ମହାରାଷ୍ଟ୍ର : ମା ସାଜିଲା ହତ୍ୟାକାରୀ । ଅସୁସ୍ଥ ଶିଶୁ କନ୍ୟାର ତଣ୍ଟିଚିପି ହତ୍ୟା କଲା ମା । ଏଭଳି ହୃଦୟ ବିଦାରକ ଘଟଣା ମହାରାଷ୍ଟ୍ରର ଆକୋଲାଠାରେ ଘଟିଛି  । ଶିଶୁଟି ଜନ୍ମରୁ ଅସୁସ୍ଥ ରହିଥିଲା। ତେଣୁ ଶିଶୁର ମା ଜଣକ ରାଗିଯାଇ ହତ୍ୟା କରିଛନ୍ତି  । ପୁଲିସ୍‌ କହିଛି ଯେ ୱାଡି ଆମଦପୁର ଗାଁରେ ରହୁଥିବା ମହିଳା ତା’ର ଜଣେ ସମ୍ପର୍କୀୟଙ୍କ ସହ ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଗତ ମାସରେ ତେଲହାରା ଗ୍ରାମଣୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ।

ତେବେ ସେଠାରେ ୨୦ ଦିନ ତଳେ ଜନ୍ମ ହୋଇଥିବା ଶିଶୁର ଅବସ୍ଥା ଗୁରୁତର ହେବାରୁ ତା’କୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଇଥିଲେ। କୁହାଯାଉଛି ଯେ, ଯେତେବେଳେ ମହିଳା ଜଣକ ଶିଶୁଟିକୁ  ନେଇ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ଶିଶୁ କନ୍ୟାର ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ହେଲେ ମା’ ଜଣ କାହିଁକି ଏପରି କାହିଁକି କଲେ ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। କିନ୍ତୁ ବାରମ୍ବାର ଅସୁସ୍ଥତା କାରଣରୁ ଝିଅକୁ ମା ହତ୍ୟା କରିଥିବା କୁହାଯାଉଛି।

ଏନେଇ ପୁଲିସ୍‌ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ମା’କୁ ଆଇପିସିର ଧାରା ୩୦୨ ଅନୁଯାୟୀ ଗିରଫ କରିଛି ପୋଲିସ।ତେବେ ଗିରଫ ମା’ କୁ ପୋଲିସ କୋର୍ଟରେ ହାଜର କରିଥିଲେ ପରେ ଜେରା ପାଇଁ ୨ ଦିନିଆ ରିମାଣ୍ଡରେ ନେଇଛି ପୋଲିସ  ।

 

 

Leave A Reply

Your email address will not be published.