ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପୁନର୍ଲିଖନ କରି କରି
ସମୟ ଯାଏ ଯଦି ସରି
କେବେ କରିହୁଏନି ଚିଂତା
ଆମର ଏପରି ଅବସ୍ଥା
ଆମ ବ୍ୟତୀତ କିଏ ଦାୟୀ ?
କେହି ତ କହଂତୁ ବୁଝାଇ
ନିଜ ଭାବନା ପ୍ରତି ଭୟ
ରହିଲେ ଘଟେ ପରାଜୟ
ଏମିତି ବହୁ ନୀତିବାଣୀ
ପଢ଼ି ଅଥବା କେବେ ଶୁଣି
ହେଉଛୁଁ କିଆଁ ଆତ୍ମହରା ?
କରୁଁ ତ ପଚରା ଉଚୁରା
ଆମର ବୌଦ୍ଧିକ ଆଳସ୍ୟ
କରୁଛି ଆମ ସତ୍ତା ନାଶ
Comments are closed.