Latest Odisha News

ଛାତ୍ର ବିଜେଡ଼ି କ୍ୟାମ୍ପସ କମିଟିର ସଂଯୋଜକ ଥିଲେ ଛାତ୍ରୀଙ୍କୁ ଅସଦାଚରଣର ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ କଲେଜର ଛାତ୍ରୀଙ୍କୁ ଅସଦାଚରଣ ଏବଂ ଏସଂପର୍କିତ ଭିଡ଼ିଓ ଭାଇରାଲ୍‌ ଘଟଣାକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। ଏହି ଘଟଣାରେ ସଂପୃକ୍ତ ଥିବା ଛାତ୍ରଛାତ୍ରୀଙ୍କୁ ସବୁଆଡ଼ୁ ସମାଲୋଚନା କରାଯାଉଛି। ତେବେ ଏହାର ଭିତରେ ଆଉ ଏକ ସାଂଘଂତିକ ତଥ୍ୟ ପଦାକୁ ଆସିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଅଭି​‌େ​‌ଶକ ନାହାକଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବୀ ଦେଇଥିଲା ଛାତ୍ର ବିଜେଡ଼ି। ବିନାୟକ ଆଚାର୍ଯ୍ୟ କଲେଜର କ୍ୟାମ୍ପସ କମିଟିର ଆବାହକ ଥିଲେ ଅଭିଶେକ। ଏକଥା ପଦାକୁ ଆସିବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି। କଲେଜ କ୍ୟାମ୍ପସର ଶୃଙ୍ଖଳା ରକ୍ଷା କରିବା ସହିତ ଉନ୍ନତିକରଣ ପାଇଁ ଛାତ୍ର ବିଜେଡ଼ି ଯାହାକୁ ଦାୟିତ୍ବ ଦେଇଥିଲେ, ସେ ନିଜେ ହିଁ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି। ଏଣୁ କିଭଳି ଭାବେ ତାଙ୍କୁ ଏହି ଦାୟିତ୍ବ ଦେଇଥିବା ଛାତ୍ର ବିଜେଡ଼ି, ତାହାକୁ ନେଇ ବର୍ତ୍ତମାନ ବିବାଦ ଦେଖାଦେଇଛି। ଅନ୍ୟପଟେ ଅଭିଶେକଙ୍କୁ ପୂର୍ବରୁ ଦାୟିତ୍ବ ବିଦାୟ କରିଦିଆଯାଇଥିବା ଛାତ୍ର ବିଜେଡ଼ିର ଜଣେ ନେତା ପ୍ରକାଶ କରିଛନ୍ତି।

Comments are closed.