ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଜି.ଉଦୟଗିରି ଓ ସେମିଳିଗୁଡା ସବୁଠାରୁ ଥଣ୍ଡା ସହର । ରାତି ତାପମାତ୍ରା ରେକର୍ଡ ଅନୁସାରେ, କନ୍ଧମାଳର ଜି.ଉଦୟଗିରି ଓ କୋରାପୁଟର ସେମିଳିଗୁଡାରେ ତାପମାତ୍ରା ୮ଡିଗ୍ରୀ ରହିଛି। ଦିନକୁ ଦିନ ପାରଦ ଖସୁଥିବାରୁ ରାଜ୍ୟରେ ଶୀତ ଲହରୀ ଜାରି ରହିଛି।
ପ୍ରମୁଖ ରାତ୍ରି ତାପମାତ୍ରା
୧- ଜି. ଉଦୟଗିରି (କନ୍ଧମାଳ): ୮ ଡ଼ିଗ୍ରୀ
୨- ସେମିଳିଗୁଡା(କୋରାପୁଟ) : ୮ ଡ଼ିଗ୍ରୀ
୩- କିରେଇ(ସୁନ୍ଦରଗଡ): ୯.୫ଡ଼ିଗ୍ରୀ
୪-ଫୁଲବାଣୀ (କନ୍ଧମାଳ) : ୯.୬ ଡ଼ିଗ୍ରୀ
୫ -ଦାରିଙ୍ଗବାଡି (କନ୍ଧମାଳ): ୧୦ଡ଼ିଗ୍ରୀ
୬ – କୋରାପୁଟ: ୧୦ ଡ଼ିଗ୍ରୀ
୭- କେନ୍ଦୁଝର: ୧୦ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) November 20, 2022
ସୁନ୍ଦରଗଡର କିରେଇରେ ୯.୫ ଡିଗ୍ରୀ, କନ୍ଧମାଳର ଫୁଲବାଣୀରେ ୯.୬ଡିଗ୍ରୀ ପାରଦ ରହିଥିବାବେଳେ କନ୍ଧମାଳ ଦାରିଙ୍ଗବାଡି, କୋରାପୁଟ ଓ କେନ୍ଦୁଝରରେ ତାପମାତ୍ରା ୧୦ ଡିଗ୍ରୀ ରହିଛି। ଭବାଣୀପାଟଣା ୧୦.୬ଡିଗ୍ରୀ, ଝାରସୁଗୁଡା ୧୦.୮ ଡିଗ୍ରୀ, ଚିପିଲିମା ୧୦.୮ ଡିଗ୍ରୀ, ସୁନ୍ଦରଗଡ ଓ ଦେବଗଡରେ ରାତି ତାପମାତ୍ରା ୧୨.୫ ଡିଗ୍ରୀ ରେକର୍ଡ ହୋଇଛି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ପାଗ କୋହଲା ରହିଛି।
Comments are closed.