ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଜଣେ ଏମବିବିଏସ୍ ଶେଷ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଓ ଆକ୍ରମଣ ଘଟଣାରେ ପୋଲିସ ଜଣେ ହାଉସ ସର୍ଜନଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ସୁପନ କୁମାର ପାଢୀ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁପନଙ୍କ ସହିତ ପିଡ଼ିତା ଛାତ୍ରୀଙ୍କୁ ଗତ କିଛି ମାସ ପୂର୍ବେ ପରିଚୟ ହୋଇଥିଲା। ଏହାର ସୁଯୋଗ ନେଇ ସୁପନ ଅନେକ ସମୟରେ ଛାତ୍ରୀଙ୍କୁ ଅଶ୍ଳିଳ ମ୍ୟାସେଜ ପଠାଉଥିଲେ। ଏହାକୁ ଛାତ୍ରୀ ଜଣକ ବିରୋଧ କରୁଥିଲେ। ତଥାପି ସୁପନ ପରିବର୍ତ୍ତନ ହେଲେନି। ବୁଧବାର ସକାଳେ ଏହାର ସମାଧାନ ପାଇଁ ସୁପନଙ୍କୁ କଲେଜ ମୁଖ୍ୟ ଫାଟକକୁ ଡାକିଥିଲେ। କିଛି ସମୟ ଉଭୟଙ୍କ ମଧ୍ୟରେ ଆଲୋଚନା ଏବଂ ପରେ ଯୁକ୍ତିତର୍କ ହେଲା। ସୁପନ ଏଥିରେ ଉତ୍କ୍ଷୀପ୍ତ ହୋଇ ଛାତ୍ରୀଙ୍କ ଗାଲକୁ କାମୁଡିବାକୁ ଚେଷ୍ଟା କରିବା ସହ ମାଡ ମଧ୍ୟ ମାରିଥିଲେ। ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଛାତ୍ରୀ ଜଣକ ହଷ୍ଟେଲକୁ ଚାଲିଯାଇଥିଲେ। ସୁପନ ତାଙ୍କ ପଛରେ ପଛରେ ହୋଷ୍ଟେଲକୁ ମଧ୍ୟ ଯାଇଥିଲେ। ଏନେଇ ଛାତ୍ରୀ ଜଣକ ବୈଦ୍ୟନାଥପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ସୁପନ ତାଙ୍କୁ ବିଭିନ୍ନ ସମୟରେ ମାନସିକ ଓ ଶରୀରିକ ନିର୍ଯାତନା ଦେଉଥିଲେ ବୋଲି ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ପରେ ହାଉସ ସର୍ଜନ ସୁପନଙ୍କୁ ଗିରଫ କରାଯାଇଛି ବୋଲି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ କହିଛନ୍ତି।
BREAKING NEWS
- Master Canteen Violence:ମାଷ୍ଟରକ୍ୟାଣ୍ଟିନ ହିଂସା:ଅନଲାଇନ୍ ଅଟୋ ସଂଘ ସଭାପତି ଦୀନବନ୍ଧୁ ପୁରୀରୁ ଗିରଫ
- ଯଥାଶୀଘ୍ର ପୂରଣ ହେବ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ
- Superstition Murder: ସ୍ତ୍ରୀକୁ ଫେରିପାଇବା ପାଇଁ ସାଙ୍ଗକୁ ବଳି
- ବଡ଼ ପରଦାରେ ପୁଣି ଏକାଠି ହେବେ ସନ୍ନି-ରାଜକୁମାର; ଖୁବ୍ଶୀଘ୍ର ଆସୁଛି ଆକ୍ସନ୍ ଥ୍ରୀଲର ଘାତକ ୨
- ଆଶ୍ରମ ବିଦ୍ୟାଳୟରେ ବ୍ୟାପିଲାଣି ଜଣ୍ଡିସ;ଗୋଟିଏ ସପ୍ତାହରେ ୧୦ ଛାତ୍ରଛାତ୍ରୀ ଆକ୍ରାନ୍ତ
- ମହାନଦୀ ଜଳ ବିବାଦ: ସମାଧାନର ବାଟ ଫିଟାଇବ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସ୍ୱତନ୍ତ୍ର ବୈଷୟିକ କମିଟି
- ଓୟୁଏଟିରେ ବଡ଼ ଅଘଟଣ: ନିର୍ମାଣାଧୀନ ଗେଟ୍ର ଛାତ ଭୁସୁଡ଼ି ୩ ଶ୍ରମିକ ଆହତ
- ରାଜ୍ୟ ବାହାରକୁ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡ଼ିବସିଲା ବନବିଭାଗ, ୩ ଗିରଫ
- ହକି ୱାର୍ଲ୍ଡ କପ୍ ୨୦୨୬: ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର କର ବା ମର ମୁକାବିଲା
- India, Singapore sign pacts:ସାମୁଦ୍ରିକ ଐତିହ୍ୟ, ଖାଦ୍ୟ ସୁରକ୍ଷା ଓ ଟେଲିକମ୍ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତ ଓ ସିଙ୍ଗାପୁର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

Comments are closed.