Latest Odisha News

BREAKING NEWS

ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହେଲା ଦେବ ଦୀପାବଳୀ ନୃତ୍ୟୋତ୍ସବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବ ଦୀପାବଳୀ ଉତ୍ସବ ଅବସରରେ ପୁରୀର ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହୋଇଯାଇଛି ପାରମ୍ପାରିକ ନୃତ୍ୟୋତ୍ସବ । କଳାକାରଙ୍କ ମୂକସାକ୍ଷୀ ସାଜିଥିବା ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଓଡିଶାର ଦୁଇ ପ୍ରତିଭାବାନ ନୃତ୍ୟଶିଳ୍ପୀ ଶାସ୍ୱତ ଯୋଶୀ ଓ କୁମାର ଭିମସେନ ସେମାନଙ୍କ କଳା ନୈପଣ୍ୟତା ପ୍ରଦର୍ଶନ କରିଥିଲେ । ସେମାନଙ୍କ ଯୁଗଳବନ୍ଦୀ ଦର୍ଶକଙ୍କ ବିମୋହିତ କରିଥିଲା । ଭୁବନେଶ୍ୱର ଲାସ୍ୟକଳା ଏବଂ ପୁରୀର ଶ୍ରୀଜଗନ୍ନାଥ ଐତିହ୍ୟ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏଥିରେ ସହଯୋଗ କରିଥିଲେ । କଂଠ ଶିଳ୍ପୀ ସଞ୍ଜୟ ଦେବ ଓ ମାର୍ଦ୍ଦଳ ବାଦକ ତାରିଣୀ ପ୍ରସାଦ ଦାସ ଛନ୍ଦ ଓ ଚମ୍ପୂ ଏକକ ଗାୟନ କରିଥିଲେ । ସୁହାଗ ନଳିନୀ ଦାସ ମାହାରୀ ନୃତ୍ୟ ପରିବେଷଣ କରିଥିଲେ । କୋଲକତାର ଆଦ୍ୟାକଳା ତୀର୍ଥମ ପକ୍ଷରୁ ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା ନୃତ୍ୟ କରାଯାଇଥିଲା । ଅନ୍ୟ କଳାକାରମାନେ ମଧ୍ୟ ମନକୁ ଛୁଇଁଲା ପରି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କିଛି ସମୟ ପାଇଁ ଅନ୍ନପୂର୍ଣ୍ଣା ରଙ୍ଗମଂଚ ଏକ ପାରମ୍ପାରିକ କଳା କ୍ଷେତ୍ରରେ ପରିଣତ ହୋଇ ଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସେବାୟତ ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ଶୁଭ୍ରାଂଶୁ ଶେଖର ପାଢ଼ୀ, ଯୋଗେଶ ଚନ୍ଦ୍ର ସ୍ୱାଇଁ, ରୋଜାଲିନ ପାଟ୍ଟଶାଣୀ, ପ୍ରିୟଦର୍ଶୀ ମିଶ୍ର, ଗୁରୁ ଶରତ ଦାସ, ଶ୍ରୀମଣି ଖୁଂଟିଆ, ବିଘ୍ନରାଜ ପୁରୋହିତ ଓ ଇନା ପୁରୋହିତ ସମ୍ମାନିତୀ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରବାସୀ ଓଡିଆ ଜୟଦୀପ ଦାଶ, ସମାଜସେବୀ ସୁଶାନ୍ତ ମହାନ୍ତି ଓ ରାଜେନ୍ଦ୍ର କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲିସାହି ଶ୍ରୀବଳରାମ କୋଟ ଦେବ ପାଠଶାଳାର ବିଦ୍ୟାର୍ଥୀମାନେ ବେଦ ପାଠ ଓ ଶ୍ଲୋକ ଆବୃତି କରିଥିଲେ ।

Comments are closed.