Latest Odisha News

BREAKING NEWS

ବୈଧ ଡକ୍ୟୁମେଣ୍ଟ ନ ଥିଲେ ଗାଡ଼ିକୁ ଧରିବ ଇ-ଡିଟେକ୍ସନ ପୋର୍ଟାଲ

ଭୁବନେଶ୍ୱର: ବିନା ବୈଧ କାଗଜପତ୍ରରେ ଗାଡ଼ି ଚଳାଇ ପାରିବେ ନାହିଁ। ଏଥିପାଇଁ ରାଜ୍ୟ ସରକାର ନୂଆ ନିୟମ କରିବାକୁ ଯାଉଛନ୍ତି।ଯାହା ୨୦୨୩ ମସିହା ଜାନୁଆରୀ ୧ ତାରିଖରୁ ଲାଗୁ ହେବ। କେଉଁ ଗାଡ଼ି ଗୁଡ଼ିକ ଅବୈଧ ତାହା ଜାଣିବାକୁ ଇ-ଡିଟେକ୍ସନ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛନ୍ତି।

ରାସ୍ତାରେ ଗଡୁଥିବା ଗାଡିର ମାଲିକ ଏଥିପାଇଁ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ, ବୀମା, ଫିଟନେସ୍ ସାର୍ଟିଫିକେଟ୍ ଏବଂ ପରମିଟ୍ ଭଳି ଆବଶ୍ୟକ କାଗଜପତ୍ର ରଖିବା ବାଧ୍ୟତାମୂଳକ ରହିଛି। ସେହିପରି ସମସ୍ତ ଯାନବାହନ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ସମସ୍ତ ଗାଡି ଚାଳକଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବୈଧ ରହିବା ଆବଶ୍ୟକ।

ଜାତୀୟ ରାଜପଥରେ ଥିବା ଟୋଲ୍ ଗେଟ ଦେଇ ଏହି ଗାଡି ଗୁଡିକ ଗଲାବେଳେ ଇ-ଡିଟେକ୍ସନ ଜରିଆରେ ଜଣାପଡ଼ିବ। ଏବେ ଅନେକ ଗାଡ଼ି ଗୁଡ଼ିକ ବିନା କାଗଜପତ୍ରରେ ଚାଲୁଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିବାକୁ ଯାଉଛି ବୋଲି ଯୁଗ୍ମ ପରିବହନ କମିସନର  ଦୀପ୍ତିରଞ୍ଜନ ପାତ୍ର ସୂଚନା ଦେଇଛନ୍ତି।

ଜରିମାନାରୁ ବର୍ତ୍ତିବା ପାଇଁ ଗାଡ଼ି ମାଲିକମାନେ ଗାଡ଼ି କାଗଜପତ୍ରକୁ ଅପ୍ ଟୁ ଡେଟ୍ ରଖିବାକୁ କମିସନର ଦୀପ୍ତିରଞ୍ଜନ ପାତ୍ର ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.